ଆଦିବାସୀ ଯୁବକ ଏକସଙ୍ଗରେ ଦୁଇ ପ୍ରେମିକାଙ୍କୁ ବାହାହେଲେ

ହାଇଦ୍ରାବାଦ: ତେଲେ‌ଙ୍ଗାନାର ଘନପୁର ଗ୍ରାମର ଜଣେ ଆଦିବାସୀ ଯୁବକ ଏକସଂଗରେ ଦୁଇ ଜଣ ଝିଅଙ୍କୁ ବାହା ହୋଇଛନ୍ତି। ଦୁଇଜଣ ଯାକ ଝିଅ ଯୁବକଙ୍କର ଜଣେ ସଂପର୍କୀୟଙ୍କର। ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଗତ ୧୪ ତାରିଖରେ ଏହି ବାହାଘର ଗୋଟିଏ ମଣ୍ଡ‌ପରେ ଉଭୟ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ହୋଇଥିଲା। ଅର୍ଜୁନ ନାମକ ଆଦିବାସୀ ଯୁବକଜଣକ ବିଏଡ୍‌ ଡିଗ୍ରି ହାସଲ କରିବା ପରେ ପ୍ରତିଯୋଗିତାମୂଳକ ପରୀକ୍ଷା ଦେଉଛନ୍ତି। ସେ ଉଷାରାଣୀ ଓ ସୁରେଖା ନାମ୍ନୀ ଦୁଇ ଝିଅଙ୍କ ପ୍ରେମରେ ଗତ ୪ ବର୍ଷ ତଳେ ପଡ଼ିଯାଇଥିଲେ। ସବୁ ଠିକ୍ ଚାଲିଥିଲା। କିନ୍ତୁ ଅର୍ଜୁନଙ୍କ ପରିବାର ଯେତେବେଳେ ତାଙ୍କ ବିବାହ କଥା ଉଠାଇଲେ ସେତେବେଳେ ସମସ୍ୟା ଦେଖାଦେଲା। ଶେଷରେ ଅର୍ଜୁନ ଉଭୟ ଉଷାରାଣୀ ଓ ସୁରେଖାଙ୍କ ପରିବାର ସମେତ ତାଙ୍କ ପରିବାରକୁ ବୁଝାଇଥିଲେ। ସେଥିରେ ସେ ସଫଳ ହୋଇ ଉଭୟ ପ୍ରେମିକାଙ୍କୁ ବାହା ହୋଇଥିଲେ।

ସମ୍ବନ୍ଧିତ ଖବର