ବାପା-ମା’ ହୀରା କାରଖାନା ଶ୍ରମିକ, ପୁଅ ଦେଶର ସର୍ବକନିଷ୍ଠ ଆଇପିଏସ୍ ଅଫିସର

ରାଜକୋଟ: ଦେଶର ସର୍ବକନିଷ୍ଠ ଆଇପିଏସ୍ ଅଧିକାରୀଭାବେ ମାତ୍ର ୨୨ବର୍ଷ ବୟସରେ ଦାୟିତ୍ବ ଗ୍ରହଣ କରିବାକୁ ଯାଉଛନ୍ତି ହସନ ସଫିନ୍ । ଗୁଜରାଟ ବାସିନ୍ଦା ସଫିନ୍ ଡିସେମ୍ବର ୨୩ତାରିଖରେ ଜାମନଗରରେ ଆସିଷ୍ଟାଣ୍ଟ ସୁପରିଟେଣ୍ଡଣ୍ଟ ଅଫ୍ ପୁଲିସ(ଏଏସପି)ଭାବେ ଯୋଗଦାନ କରିବେ। ଉଲ୍ଲେଖଯୋଗ୍ୟ, ତାଙ୍କ ବାପା ମୁସ୍ତଫା ହସନ ଓ ମା’ ନସୀମାବାନୁ ଏକ ହୀରା କାରଖାନାରେ ଶ୍ରମିକ ଭାବେ କାମ କରନ୍ତି। ଏକ ଗରିବ ପରିବାରର ପିଲା ହୋଇ ମଧ୍ୟ ନିଜ ଉଦ୍ୟମରେ ପାଠ ପଢ଼ି ୟୁପିଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଏକ ବଡ଼ ସଫଳତା ହାସଲ କରିଛନ୍ତି ହସନ୍ ସଫିନ୍।

ହାସନଙ୍କ ଘର ଗୁଜରାଟର ପାଲନପୁର ଜିଲ୍ଲାର କନୋଦର ଗ୍ରାମରେ। ବାପା-ମା’ ଶ୍ରମିକ ହୋଇଥିବାରୁ ପରିବାରର ରୋଜଗାର ଥିଲା ସୀମିତ।ଏପରି ସ୍ଥଳେ ପାଠପଢ଼ା ପାଇଁ ଅର୍ଥ ବାଧକ ହୋଇଥିଲା। କିନ୍ତୁ ଆଇଏଏସ୍ ହେବାର ଅଦମ୍ୟ ଆଗ୍ରହ ଯୋଗୁଁ ସବୁ ପ୍ରକାର କଷ୍ଟର ସାମ୍ନା କରି ପାଠ ପଢ଼ା ଜାରି ରଖିଥିଲେ ହସନ। ପୁଅର ପାଠପଢ଼ା ଖର୍ଚ୍ଚ ଉଠାଇବା ଲାଗି ରାତିରେ ମା’ ନସୀମାବାନୁ ବିଭିନ୍ନ ବାହାଘର ଭୋଜିି ଓ ରେସ୍ତୋରାଁକୁ ରୁଟି ତିଆରି କରି ଯୋଗାଉ ଥିଲେ।

IAS PASSION

ଏପରି ସଂଘର୍ଷ ଭିତରେ ହସନ ସଫିନ୍ ଗତ ବର୍ଷ ୟୁପିଏସସି ପରୀକ୍ଷା ଦେଇ ୫୭୦ରାଙ୍କରେ ରହନ୍ତି। ମାତ୍ର ତାଙ୍କୁ ଆଇଏଏସ ବଦଳରେ ଆଇପିଏସ୍ ଚାକିରି ଲାଗି ମନୋନୀତ କରାଯାଏ। ଆଇଏଏସ ହେବାର ଆଗ୍ରହ ଥିବାରୁ ସେ ପୁଣି ଥରେ ପରୀକ୍ଷା ଦିଅନ୍ତି, କିନ୍ତୁ କୃତକାର୍ଯ୍ୟ ହୁଅନ୍ତି ନାହିଁ। ଶେଷରେ ଆଇପିଏସ୍ ଟ୍ରେନିଂ ଶେଷ କରି ଏବେ ହସନ୍ ଏବେ ଏଏସପି ଭାବେ ଦାୟିତ୍ବ ଗ୍ରହଣ କରିବାକୁ ଯାଉଛନ୍ତି। ତାଙ୍କୁ ମାତ୍ର ୨୨ବର୍ଷ ବୟସରେ ହୋଇଥିବାରୁ ସେ ଦେଶର ସର୍ବକନିଷ୍ଠ ଆଇପିଏସ୍ ଅଧିକାରୀ ହେବାର ସୌଭାଗ୍ୟ ପାଇଛନ୍ତି।

ସମ୍ବନ୍ଧିତ ଖବର