‘ତୁମମାନଙ୍କର ନବଉନ୍ମେଷ ଓ ପ୍ରଦ୍ୟୋଗିକିର ଅନୁପ୍ରୟୋଗ ହିଁ ୫ ଟ୍ରିଲିୟନ୍‌ ଅର୍ଥନୀତର ସ୍ୱପ୍ନକୁ ସାକାର କରିବ’: ପ୍ରଧାନମନ୍ତ୍ରୀ ମୋଦୀ

ଆଇଆଇଟି, ମାଡ୍ରାସର ୫୬ ତମ ସମାବର୍ତ୍ତନ ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦୀ ଦେଲେ ଦୀକ୍ଷାନ୍ତ ଭାଷଣ

ଚେନ୍ନାଇ: ଆଇଆଇଟିଆନ୍‌ମାନେ (ଆଇଆଇଟିର ଛାତ୍ରଛାତ୍ରୀ) ନବଉନ୍ମେଷ (ଉଦ୍ଭାବନ) ଓ ପ୍ରଦ୍ୟୋଗିକିର ଅନୁପ୍ରୟୋଗ କରି ୨୦୨୪ ସୁଦ୍ଧା ଭାରତର ଅର୍ଥନୀତିକୁ ୫ ଟ୍ରିଲିୟନ୍‌ ଆମେରିକୀୟ ଡଲାରରେ ପହଞ୍ଚାଇବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।

ଇଣ୍ଡିଆନ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି (ଆଇଆଇଟି), ମାଡ୍ରାସର ୫୬ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଆଇଆଇଟିଆନ୍‌ମାନଙ୍କର ନବଉନ୍ମେଷ ଓ ପ୍ରଦ୍ୟୋଗିକିର ଅନୁପ୍ରୟୋଗ, ୨୦୨୪ ସୁଦ୍ଧା ଦେଶର ଅର୍ଥନୀତିକୁ ୫ ଟ୍ରିଲିୟନ୍‌ ଆମେରିକୀୟ ଡଲାରରେ ପହଞ୍ଚାଇବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ। ୫ ଟ୍ରିଲିୟନର ଅର୍ଥନୀତି ପାଇଁ ଦେଶ ଦେଖିଥିବା ସ୍ୱପ୍ନକୁ ସାକାର କରିବା ସହ ସାଂପ୍ରତିକ ପ୍ରତିଦ୍ୱନ୍ଦ୍ୱିତାମୂଳକ ଅର୍ଥନୀତିରେ ଦେଶକୁ ଆଗେଇ ନେବାରେ ମୁଖ୍ୟ ଆଧାର ହେବ ଆଇଆଇଟିଆନ୍‌ମାନଙ୍କର ନବଉନ୍ମେଷ ଓ ପ୍ରଦ୍ୟୋଗିକିର ଅନୁପ୍ରୟୋଗ।

ମାଡ୍ରାସ ଆଇଆଇଟିର ସମାବର୍ତ୍ତନ ଉତ୍ସବରେ ନିଜର ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିବା ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ‘ଆଇଆଇଟିର ଏହି ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ନୂତନ ଭାରତର ଆତ୍ମା ଓ ସମ୍ଭାବନାକୁ ମୁଁ ଦେଖିପାରୁଛି। ମୋ ସମ୍ମୁଖରେ ମୁଁ ଦେଖିପାରୁଛି ଏକ କ୍ଷୁଦ୍ର ଭାରତ ଏବଂ ନୂତନ ଭାରତର ଆତ୍ମାକୁ। ଦେଖିପାରୁଛି ଏମାନଙ୍କ ମଧ୍ୟରେ ଭରପୂର ହୋଇ ରହିଥିବା ଶକ୍ତି, କମ୍ପନ ଓ ସାକାରତ୍ମାକୁ। ଭବିଷ୍ୟତର ସ୍ୱପ୍ନକୁ ମୁଁ ଦେଖିବାକୁ ପାଉଛି ଏମାନଙ୍କ ଆଖିରେ। ମୁଁ ମଧ୍ୟ ଏମାନଙ୍କ ଆଖିରେ ଦେଖୁଛି ଭାରତର ଭାଗ୍ୟ’ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ମୋଦୀ।

ସମ୍ବନ୍ଧିତ ଖବର