ନୂଆଦିଲ୍ଲୀ: ଶୁକ୍ରବାର ଦିନ ତେଜପୁର ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ସେମାନଙ୍କର ଶିକ୍ଷା ଓ ଜ୍ଞାନ ଜାତୀୟ ପ୍ରଗତିକୁ ଅଗ୍ରସର କରାଯାଇବ।
ତେଜପୁର ବିଶ୍ୱବିଦ୍ୟାଳୟର ୧୮ଶ ସମାବର୍ତ୍ତନ ଉତ୍ସବରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଲେ, ସ୍ନାତକ ଛାତ୍ରଛାତ୍ରୀମାନଙ୍କ ପାଇଁ ଶୁଭଦିନ। ତୁମ୍ଭମାନଙ୍କ ବୃତ୍ତିଗତ ଯାତ୍ରାରେ ତେଜପୁର ବିଶ୍ୱବିଦ୍ୟାଳୟର ଚିରକାଳ ସଂଯୁକ୍ତ ହୋଇ ରହିବ। ତୁମ୍ଭେମାନେ ଏହି ବିଶ୍ୱବିଦ୍ୟାଳୟରୁ ଯାହା କିଛି ଶିଖିଲ ସେସବୁ ଜାତୀୟ ପ୍ରଗତିକୁ ତ୍ୱରାନ୍ଵିତ କରିବ।
Image Courtesy of Hindustan Timesପ୍ରଧାନମନ୍ତ୍ରୀ ମୋଦୀ କହିଲେ, ଏବର୍ଷ ଭାରତ ସ୍ୱାଧୀନତାର ୭୫ବର୍ଷରେ ପଦାର୍ପଣ କରୁଛି। ଜାତୀୟ ସ୍ୱାଧୀନତା ସଂଗ୍ରାମରେ ଅଗଣିତ ଆସାମବାସୀଙ୍କର ଅବଦାନ ରହିଛି। ଯୁବାବସ୍ଥାରେ ଅନେକ ଲୋକ ଆତ୍ମବଳି ଦେଇଛନ୍ତି। ଏବେ ତୁମ୍ଭେମାନେ ନୂତନ ଭାରତ, ଆତ୍ମନିର୍ଭର ଭାରତ ପାଇଁ ଜୀବନ ଧାରଣ କରିବ।
ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଲେ, ଉତ୍ତର-ପୂର୍ବର ଜୈବବିବିଧତା ଏବଂ ସମୃଦ୍ଧ ଐତିହ୍ୟର ସଂରକ୍ଷଣ ନିମନ୍ତେ ତେଜପୁର ବିଶ୍ୱବିଦ୍ୟାଳୟ କାର୍ଯ୍ୟ କରୁଛି। ସେମାନେ ଜନଜାତି ସମ୍ପ୍ରଦାୟର ଭାଷାଗୁଡ଼ିକୁର ପଞ୍ଜିକରଣ କରୁଛନ୍ତି। ଏହା ପ୍ରଶଂସନୀୟ କାର୍ଯ୍ୟ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/pmm-3.jpg)