ମୁମ୍ବାଇ: ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସ୍ବିଆଇ) ଆଜି (ଶନିବାର) ତା’ର ଗ୍ରାହକମାନଙ୍କ ପାଇଁ ଏକ ଜରୁରୀ ସୂଚନା ଜାରି କରିଛି। ଜାରି ସୂଚନାରେ ଏସ୍ବିଆଇ ତା’ର ଗ୍ରାହକମାନଙ୍କୁ କହିଛି ଯେ ଏସ୍ବିଆଇରେ ଆକାଉଣ୍ଟ ଥିବା ଯେଉଁ ଗ୍ରାହକମାନେ ସେମାନଙ୍କର ରେଜିଷ୍ଡର୍ଡ ମୋବାଇଲ ନମ୍ବରକୁ ଆସନ୍ତା ଡିସେମ୍ବର ୧ ତାରିଖ ସୁଦ୍ଧା ସେମାନଙ୍କ ଆକାଉଣ୍ଟରେ ଲିଙ୍କ୍ କରି ନଥିବେ ସେମାନଙ୍କର ଇଣ୍ଟରନେଟ୍ ବ୍ୟାକିଙ୍ଗ୍ ସେବାକୁ ବ୍ୟାଙ୍କ୍ ପକ୍ଷରୁ ବ୍ଲକ୍ କରି ଦିଆଯିବ। ସେଥିପାଇଁ ଏସ୍ବିଆଇ ଗ୍ରାହକମାନେ ସେମାନଙ୍କର ରେଜିଷ୍ଡର୍ଡ ମୋବାଇଲ ନମ୍ବରକୁ ଆସନ୍ତା ଡିସେମ୍ବର ୧ ତାରିଖ ସୁଦ୍ଧା ସେମାନଙ୍କ ଆକାଉଣ୍ଟରେ ଲିଙ୍କ୍ କରାଇ ନେବାକୁ ବ୍ୟାଙ୍କ୍ ପକ୍ଷରୁ ପରାମର୍ଶ ଦିଆଯାଇଛି।
/sambad/media/post_attachments/wp-content/uploads/2018/10/sbi1.jpg)
ଗ୍ରାହକମାନେ ବ୍ୟାଙ୍କ ଶାଖାକୁ ଯାଇ ସେମାନଙ୍କ ମୋବାଇଲ୍ ନମ୍ବରକୁ ରେଜିଷ୍ଟର କରାଇ ପାରିବେ ଏଥିସହ ଯେଉଁ ଗ୍ରାହକମାନେ ବ୍ୟାଙ୍କ୍ ଶାଖାକୁ ଯାଇପାରିବେ ନାହିଁ, ସେମାନେ ଇଣ୍ଟରନେଟରେ ଅନ୍ଲାଇନ୍ ଏସ୍ବିଆଇ ପୋର୍ଟାଲକୁ ଯାଇ ମଧ୍ୟ ସେମାନଙ୍କ ମୋବାଇଲ ନମ୍ବରକୁ ରେଜିଷ୍ଟର କରାଇପାରିବେ। ତେବେ, ଡିସେମ୍ବର ୧ ତାରିଖ ସୁଦ୍ଧା ଯେଉଁ ଗ୍ରାହକମାନେ ସେମାନଙ୍କ ଆକାଉଣ୍ଟରେ ମୋବାଇଲ ନମ୍ବର ଲିଙ୍କ୍ କରି ନଥିବେ ସେମାନଙ୍କର ଇଣ୍ଟରନେଟ୍ ବ୍ୟାକିଙ୍ଗ୍ ସେବାକୁ ବ୍ୟାଙ୍କ୍ ପକ୍ଷରୁ ବ୍ଲକ୍ କରି ଦିଆଯିବ ବୋଲି ବ୍ୟାଙ୍କ୍ ପକ୍ଷରୁ ସତର୍କ କରାଇ ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/sbi-2.jpg)