କଶ୍ମୀରର ଶୋପିଆନ୍‌ ଜିଲ୍ଲାରୁ ଆଉ ଜଣେ ଯୁବକ ଅପହୃତ

ଶ୍ରୀନଗର: ରବିବାର ଦିନ ଶୋପିଆନ୍‌ ଜିଲ୍ଲା ଅନ୍ତର୍ଗତ ମୀମେନ୍ଦର୍‌ ଗାଁ’ର ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। ଗତ ଚାରି ଦିନ ମଧ୍ୟରେ କଶ୍ମୀର ଉପତ୍ୟକାରେ ଏହା ହେଉଛି ସପ୍ତମ ଅପହଣ ଘଟନା।

ଶୋପିଆନ୍‌ ପିସିଆର୍‌ର ଜଣେ ପୁଲିସ କର୍ମଚାରୀ କହିଛନ୍ତି: ମୀମେନ୍ଦର୍‌ ଗାଁ’ରୁ ସୁହୈଲ୍‌ ଅହମଦ୍‌ଙ୍କୁ ଅପରିତ ବନ୍ଧୁକଧାରୀ ଲୋକେ ଅପହରଣ କରି ନେଇଛନ୍ତି।

ଶନିବାର ଦିନ ଦକ୍ଷିଣ କଶ୍ମୀର ଜିଲ୍ଲାର ହରମୈନ୍‌ ଗାଁ’ର ଫଳବଗିଚା ଅଞ୍ଚଳରୁ ଏକ ତଣ୍ଟିକଟା ଶବ ଉଦ୍ଧାର କରାଯାଇଥିଲା। ପରେ ତାହା ପଡ଼ୋଶୀ କୁଲଗାମ୍‌ ଜିଲ୍ଲା ଅନ୍ତର୍ଗତ ମଞ୍ଜଗାମ୍‌ ଅଞ୍ଚଳର ୧୯ ବର୍ଷିୟ ହୁଫୈଜ୍‌ ଆଶରଫ୍‌ଙ୍କ ବୋଲି ଚିହ୍ନଟ କରାଯାଇଥିଲା।

ହୁଫୈଜ୍‌ଙ୍କ ସହ ଆତଙ୍କବାଦୀମାନେ ଶୋପିଆନ୍‌ର ସୈଦ୍‌ପୋରା ପେୟୀନ୍‌ ଗାଁର ଏକ ପାଉଁରୁଟି ଦୋକାନରୁ ଫାରୁକ୍‌ ଅହମ୍ମଦ୍‌ ଏବଂ ଶାହିଦ୍‌ ଅହମ୍ମଦଙ୍କୁ ମଧ୍ୟ ଆତଙ୍କବାଦୀମାନେ ଅପହରଣ କରି ନେଇ ଥିଲେ।

କିନ୍ତୁ, ଫାରୁକ୍‌ ଅହମ୍ମଦ୍‌ ଏବଂ ଶାହିଦ୍‌ ଅହମ୍ମଦଙ୍କୁ ଆତଙ୍କବାଦୀମାନେ ଅକ୍ଷତ ଅବସ୍ଥାରେ ଛାଡ଼ି ଦେଇ ଥିଲେ।

ସମ୍ବନ୍ଧିତ ଖବର