ଯୁବ ଅକାଳି ଦଳର ନେତା ବିକ୍ରମଜିତ୍ ମିଡୁଖେରାଙ୍କୁ ଗୁଳିକରି ହତ୍ୟା

ନୂଆଦିଲ୍ଲୀ: ମୋହାଲି ସେକ୍ଟର-୭୧ ମାର୍କେଟ ନିକଟରେ ଅକାଳୀ ଦଳର ଯୁବ ଅକାଳି ଦଳର ନେତା ବିକ୍ରମଜିତ୍ ମିଡୁଖେରା ଓରଫ ବିକିଙ୍କୁ ଗୁଳିକରି ହତ୍ୟା କରାଯାଇଛି । ଆଇ-୨୦ କାରରେ ଆସିଥିବା ୪ ଜଣ ଯୁବକ ବିକିଙ୍କୁ ପିଛାକରି ତାଙ୍କ ଉପରକୁ ଗୁଳିବର୍ଷା କରିଥିଲେ । ଏହା ପରେ ଘଟଣାସ୍ଥଳରେ ହିଁ ବିକିଙ୍କର ମୃତ୍ୟୁ ହୋଇଥିବା ବେଳେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତବରଣ ଖେଳିଯାଇଛି ।

ପୁଲିସ କହିଛି ଯେ, ଶନିବାର ସକାଳେ ବିକି ମିଡୁଖେରା ମତାଉର ଅଞ୍ଚଳରେ ଏକ ସମ୍ପତ୍ତି ଡିଲରଙ୍କ କାର୍ଯ୍ୟାଳୟରେ ଥିବାବେଳେ ଏହି ଘଟଣା ଘଟିଥିଲା। ଖବର ଅନୁଯାୟୀ, ବିକି ମତାଉର ବଜାରରେ ପହଞ୍ଚି ତାଙ୍କ ଧଳା ଏସୟୁଭିରେ ବସିବାକୁ ଯାଉଥିବା ବେଳେ ତାଙ୍କୁ ଆକ୍ରମଣ କରାଯାଇଥିଲା। ଦୁର୍ବୁତ୍ତମାନେ ୨୦ ରାଉଣ୍ଡ ଗୁଳି ଚଳାଇଥିବା ବେଳେ ବିକିଙ୍କ ଦେହରେ ୯ ଟି ଗୁଳି ବାଜିଥିଲା । ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି ।

ଏହି ଘଟଣାର ସୂଚନା ପାଇବା ପରେ ଏସଏସପି ସତିନ୍ଦର ସିଂ ଫୋରେନସିକ ଟିମ ସହ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛନ୍ତି । ପୁଲିସ ଘଟଣାସ୍ଥଳ ପାଖାପାଖି ଥିବା ସିସିଟିଭି ଭିଡିଓକୁ ଯାଞ୍ଚ କରୁଛି । ତେବେ ଏପର୍ଯ୍ୟନ୍ତ ହତ୍ୟାର କାରଣ ସ୍ପଷ୍ଟ ହୋଇନାହିଁ ।

ସମ୍ବନ୍ଧିତ ଖବର