ଜୟପୁର: ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସ୍ଆଇ ପାଇଁ ଗୁଇନ୍ଦାଗିରି କରୁଥିବା ଅଭିଯୋଗରେ ରାଜସ୍ଥାନ ପୁଲିସ ଆଜି ସୀମାନ୍ତ ଜିଲ୍ଲା ଜୈସଲମେରରୁ ଜଣେ ୨୮ ବର୍ଷୀୟ ଯୁବକକୁ ଗିରଫ କରିଛି । ଅଭିଯୁକ୍ତ ଦେଶ-ବିରୋଧୀ କାର୍ଯ୍ୟରେ ସମ୍ପୃକ୍ତ ଥିବା ଜଣାପଡ଼ିଛି ଏବଂ ସେ ଭାରତୀୟ ସେନାର ବିଭିନ୍ନ ସମ୍ବେଦନଶୀଳ ଓ ଗୁପ୍ତ ସୂଚନା ପାକିସ୍ତାନକୁ ଦେଉଥିଲା। ରାଜ୍ୟରେ ପୁଲିସ ଗୁଇନ୍ଦା ଏଡିଜି ପ୍ରଫୁଲ୍ଲ କୁମାର କହିଛନ୍ତି, ଗୁଇନ୍ଦା ସଂସ୍ଥା ରାଜ୍ୟରେ ପାକିସ୍ତାନୀ ଗୁଇନ୍ଦା ନେଟୱାର୍କର କାର୍ଯ୍ୟ ଉପରେ ସତର୍କ ନଜର ରଖିଛି।
ପୋଖରାନର ସାଙ୍କରା ଥାନା ଅଧୀନ ନେଦାନ ଗ୍ରାମର ଝାବ୍ରରାମଙ୍କ ସନ୍ଦେହଜନକ କାର୍ଯ୍ୟକଳାପ ଦେଖି ତାଙ୍କ ଉପରେ ନଜର ରଖାଯାଇଥିଲା। ଅନୁଶୀଳନରୁ ଜଣାପଡ଼ିଛି ଯେ, ଅଭିଯୁକ୍ତ ପାକିସ୍ତାନୀ ସୋସିଆଲ ମିଡିଆ ହ୍ୟାଣ୍ଡଲରଙ୍କ ସହ ଯୋଗାଯୋଗରେ ଥିଲା। ପୁଲିିସ ତାକୁ ଅଟକ ରଖି ଜେରା କରୁଛି। ତା’ ମୋବାଇଲ ଫୋନ୍ରୁ ଜଣାପଡ଼ିଛି ଯେ, ସେ ହନିଟ୍ରାପ୍ର ଶିକାର ହୋଇଛି ଓ ଅର୍ଥ ମୋହରେ ଏଭଳି କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/01/30/new-project-13-2026-01-30-22-43-15.jpg)