ଚେନ୍ନାଇ: କୁହାଯାଏ ପ୍ରେମ ଓ ଯୁଦ୍ଧରେ ସବୁକିଛି ହୋଇଥାଏ | ଏଭଳି ଏକ ଘଟଣା ଏବେ ଚେନ୍ନାଇରେ ଘଟିଛି | ଜଣେ ଯୁବକ ନିଜ ପ୍ରେମିକାଙ୍କୁ ବିବାହ କରିବାକୁ ଚାଁହୁଥିଲେ | କିନ୍ତୁ ପ୍ରେମିକାଙ୍କ ବାପା ଅର୍ଥାତ ଭାବି ଶ୍ୱଶୁର ସର୍ତ୍ତ ରଖିଥିଲେ ଯେ ମାସକ ମଧ୍ୟରେ ଦଶ ଲକ୍ଷ ଟଙ୍କା ପ୍ରେମିକ ଜଣକ ଦିଅନ୍ତି ତେବେ ହିଁ ନିଜ ଝିଅ ସହ ବିବାହ କରାଇବେ | ଏଥିରେ ପ୍ରେମିକ ଜଣକ ଚିନ୍ତିତ ହୋଇପଡିଥିଲେ |
 .latestlyକିଭଳି ମାସକ ମଧ୍ୟରେ ଏତେ ପରିମାଣର ଟଙ୍କା ଯୋଗାଡ଼ କରିବେ ସେ ନେଇ ଚିନ୍ତାରେ ପଡ଼ିଥିଲେ ପ୍ରେମିକ | ଏହାପରେ ୧୦ ଲକ୍ଷ ଟଙ୍କା ପାଇଁ ଡକାୟତି କରିବାକୁ ଯୋଜନା କରିଥିଲେ ଏହି ଯୁବକ | ପୁଲିସର ସୂଚନା ମୁତାବକ ଚେଲେଦୁରାଇ ନାମକ ଯୁବକ ନିଜର ଦୁଇ ସାଙ୍ଗଙ୍କ ସହ ମିଶି ଜଣଙ୍କ ଘରେ ଚୋରି କରିଥିଲେ |
/sambad/media/post_attachments/wp-content/uploads/2019/06/Lover-Thieves_1.jpg)
ତେବେ ଘରର ମାଲିକ ଚୋରି ହୋଇଥିବା କଥା ଜାଣି ଥାନାରେ ଅଭିଯୋଗ କରିଥିଲେ | ପୁଲିସ ସିସିଟିଭି ଫୁଟେଜକୁ ଯାଞ୍ଚ କରି ତିନିଜଣଙ୍କୁ ଗିରଫ କରିଥିଲା | ନିଜ ସାଙ୍ଗକୁ ୧୦ ଲକ୍ଷ ଟଙ୍କା ଦେବାକୁ ଦୁଇ ସାଙ୍ଗ ସାହାଯ୍ୟ କରିଥିଲେ ବୋଲି ପୁଲିସ କହିଛି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/Man-Became-Thief-to-Marry-Love_Thumbnail.jpg)