ଶ୍ୱଶୁର କହିଲେ ଝିଅକୁ ବାହାହେବାକୁ ୧୦ ଲକ୍ଷ ଦିଅ, ଚୋର ସାଜିଲେ ଯୁବକ

ଚେନ୍ନାଇ: କୁହାଯାଏ ପ୍ରେମ ଓ ଯୁଦ୍ଧରେ ସବୁକିଛି ହୋଇଥାଏ | ଏଭଳି ଏକ ଘଟଣା ଏବେ ଚେନ୍ନାଇରେ ଘଟିଛି | ଜଣେ ଯୁବକ ନିଜ ପ୍ରେମିକାଙ୍କୁ ବିବାହ କରିବାକୁ ଚାଁହୁଥିଲେ | କିନ୍ତୁ ପ୍ରେମିକାଙ୍କ ବାପା ଅର୍ଥାତ ଭାବି ଶ୍ୱଶୁର ସର୍ତ୍ତ ରଖିଥିଲେ ଯେ ମାସକ ମଧ୍ୟରେ ଦଶ ଲକ୍ଷ ଟଙ୍କା ପ୍ରେମିକ ଜଣକ ଦିଅନ୍ତି ତେବେ ହିଁ ନିଜ ଝିଅ ସହ ବିବାହ କରାଇବେ | ଏଥିରେ ପ୍ରେମିକ ଜଣକ ଚିନ୍ତିତ ହୋଇପଡିଥିଲେ |

.latestly

କିଭଳି ମାସକ ମଧ୍ୟରେ ଏତେ ପରିମାଣର ଟଙ୍କା ଯୋଗାଡ଼ କରିବେ ସେ ନେଇ ଚିନ୍ତାରେ ପଡ଼ିଥିଲେ ପ୍ରେମିକ | ଏହାପରେ ୧୦ ଲକ୍ଷ ଟଙ୍କା ପାଇଁ ଡକାୟତି କରିବାକୁ ଯୋଜନା କରିଥିଲେ ଏହି ଯୁବକ | ପୁଲିସର ସୂଚନା ମୁତାବକ ଚେଲେଦୁରାଇ ନାମକ ଯୁବକ ନିଜର ଦୁଇ ସାଙ୍ଗଙ୍କ ସହ ମିଶି ଜଣଙ୍କ ଘରେ ଚୋରି କରିଥିଲେ |

ତେବେ ଘରର ମାଲିକ ଚୋରି ହୋଇଥିବା କଥା ଜାଣି ଥାନାରେ ଅଭିଯୋଗ କରିଥିଲେ | ପୁଲିସ ସିସିଟିଭି ଫୁଟେଜକୁ ଯାଞ୍ଚ କରି ତିନିଜଣଙ୍କୁ ଗିରଫ କରିଥିଲା | ନିଜ ସାଙ୍ଗକୁ ୧୦ ଲକ୍ଷ ଟଙ୍କା ଦେବାକୁ ଦୁଇ ସାଙ୍ଗ ସାହାଯ୍ୟ କରିଥିଲେ ବୋଲି ପୁଲିସ କହିଛି |

ସମ୍ବନ୍ଧିତ ଖବର