ଖରାପ ରାସ୍ତା ପାଇଁ ବାହା ନ ହୋଇପାରି ଅଭିଆଡା ରହୁଛନ୍ତି ଏହି ଗାଁ’ର ଯୁବକ

ସରାଇକେଲା: ଝାଡ଼ଖଣ୍ଡର ସରାଇକେଲା ଜିଲ୍ଲାରେ ଏକ ନିଆରା ଗ୍ରାମ ଅଛି | ଯେଉଁଠାରେ ଗତ ୧୭ ବର୍ଷ ଧରି ରାସ୍ତା ଖରାପ ଯାଇଥିବାରୁ ଏହି ଗାଁ’ର ଯୁବକମାନେ ଏବେ ବିବାହ କରିପାରୁନାହାନ୍ତି | ଖରାପ ରାସ୍ତା ପାଇଁ କେହି ଝିଅ ଘର ବିବାହ ପାଇଁ ରାଜି ହେଉନଥିବାର ଯୁବକମାନେ କହିଛନ୍ତି | ଏହି କଥା ପାଇଁ ଆସନ୍ତା ଫେବୃୟାରୀ ୫ ତାରିଖରେ ଗ୍ରାମବାସୀ ଆନ୍ଦୋଳନ କରିବାକୁ ସଜବାଜ ହେଉଛନ୍ତି | ରାସ୍ତାର ଦୁରବସ୍ଥା ପାଇଁ ଗ୍ରାମବାସୀମାନେ ସ୍ଥାନୀୟ ବିଧାୟକ ତଥା ଝାଡ଼ଖଣ୍ଡର ପରିବହନ ମନ୍ତ୍ରୀ ଚମ୍ପାଇ ସୋରେନଙ୍କଠାରୁ ଉତ୍ତର ମାଗିଛନ୍ତି। ଗ୍ରାମବାସୀ ସେମାନଙ୍କ ଘର ବାହାରେ ଥିବା କାନ୍ଥରେ ‘ଚମ୍ପାଇ ସୋରେନ ଜବାବ ଦିଅ’ ଭଳି ସ୍ଲୋଗାନ ଲେଖିଛନ୍ତି। ଗ୍ରାମବାସୀ କହିଛନ୍ତି ଯେ ରାସ୍ତାର ଅବସ୍ଥା ଖରାପ ଥିବାରୁ ବର୍ତ୍ତମାନ ଆମକୁ ସାମାଜିକ ଭେଦଭାବର ଯନ୍ତ୍ରଣା ଭୋଗିବାକୁ ପଡୁଛି ।

ଏହି ରାସ୍ତା ଖରାପ ହେବାର ୧୭ ବର୍ଷରୁ ଅଧିକ ସମୟ ବିତିଗଲାଣି ଏବଂ ଆଜି ଯାଏଁ ରାସ୍ତା ମରାମତି କରାଯାଇନାହିଁ | ଏହି ରାସ୍ତା ଯୋଗୁଁ ଗାଁରେ ରହୁଥିବା ପୁଅମାନେ ବିବାହ କରିପାରୁନାହାନ୍ତି | ଯେତେବେଳେ କେହି ଝିଅ ଘର ସେମାନଙ୍କ ଗାଁକୁ ଆସୁଛନ୍ତି, ସେମାନେ ଭୟ କରୁଛନ୍ତି ଯେ ଏହି ଗାଁରେ ଝିଅକୁ ବିବାହ କରାଇଲେ ତାଙ୍କ ଝିଅ ମୌଳିକ ସୁବିଧା ପାଇପାରିବ ନାହିଁ | ଯାହାର ଫଳାଫଳ ସ୍ୱରୂପ ଅନେକ ଥର ବିବାହ ଭାଙ୍ଗିଯାଏ | ଗ୍ରାମବାସୀ କହିଛନ୍ତି ଯେ ସଭା କରି ସେମାନେ ସ୍ଥାନୀୟ ବିଧାୟକଙ୍କୁ ଜବାବ ମାଗିବେ | କ୍ରମାଗତ ଭାବେ ଜିତିବା ସତ୍ତ୍ୱେ ଗ୍ରାମର ବିକାଶ ପାଇଁ ସେ ସମ୍ବେଦନଶୀଳ ନଥିବାରୁ ସେମାନେ ଏଣିକି ଆଉ ବିଧାୟକଙ୍କୁ ସମର୍ଥନ କରିବେ ନାହିଁ।

ସମ୍ବନ୍ଧିତ ଖବର