ଲୁହା ତାରଜାଲି ଲାଗିଥିବା ସତ୍ତ୍ୱେ କପି ଦେବାକୁ ଲୋକଙ୍କ ଭିଡ଼

ମୁମ୍ବାଇ: ପରୀକ୍ଷା ଆରମ୍ଭ ହେବା ମାତ୍ରେ ଭିନ୍ନ ଦୃଶ୍ୟ ସବୁ ଦେଖିବାକୁ ମିଳିଥାଏ | ବିଦ୍ୟାର୍ଥୀଙ୍କ ପାଇଁ ବର୍ଷ ଶେଷର ଏହି ପରୀକ୍ଷା ଅତି ଗୁରୁତ୍ୱ ରଖୁଥିବାବେଳେ କିଛି ଅଭିଭାବକଙ୍କ ପାଇଁ ନିଜ ପିଲାଙ୍କୁ କପି ଯୋଗାଇବା ଦୃଶ୍ୟ ମଧ୍ୟ ଦେଖିବାକୁ ମିଳେ | ଯେ କୌଣସି ପରିସ୍ଥିତିରେ ବି ପିଲାଙ୍କ ପାଖରେ କପି ଚିରକୁଟି ପହଂଚାଇବା କାମରେ ଅଭିଭାବକ ଲାଗିପଡିଥାନ୍ତି |


ମହାରାଷ୍ଟ୍ରର ଯାବତମାଲରେ ଏବେ ଏଭଳି କିଛି ଦେଖିବାକୁ ମିଳିଛି | ଯେଉଁଠି ସ୍କୁଲର ପାଚେରୀ ଡେଇଁ ଝରକା ବାଟେ କିଛି ଯୁବକ କପି ଦେବାରେ ଲାଗିପଡିଛନ୍ତି | ପାଚେରୀରେ ଲୁହାର ତାର ଜାଲି ଲାଗିଥିଲେ ବି ଏସବୁକୁ ଭୃକ୍ଷେପ ନ କରି ନିଜର ସମ୍ପର୍କୀୟଙ୍କୁ କପି ଦେବାରେ ଲାଗିପଡିଥିବାର ଦୃଶ୍ୟ ଦେଖିବାକୁ ମିଳିଛି |

ମିଳିଥିବା ସୂଚନା ମୁତାବକ ମାଲେଗାଓଁ ଜିଲ୍ଲା ପରିଷଦ ସ୍କୁଲରେ ମାଟ୍ରିକ ପରୀକ୍ଷା ଚାଲିଥିବାବେଳେ ଗଣିତ ବିଷୟ ଦିନ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା | ଏହି କପି ଦେଉଥିବାର ଭିଡିଓ ଭାଇରାଲ ହେବା ପରେ ପରୀକ୍ଷା କେନ୍ଦ୍ର ନିୟନ୍ତ୍ରକ କହିଛନ୍ତି ଯେ ସ୍କୁଲର ପାଚେରୀର ନିର୍ମାଣ କାର୍ଯ୍ୟ ଚାଲିଥିବାରୁ ଏହାର ସୁଯୋଗ ନେଇ କିଛି ଅସାମାଜିକ ଯୁବକ ଏଭଳି କାରନାମା କରୁଛନ୍ତି |

ସମ୍ବନ୍ଧିତ ଖବର