ରାୟପୁର: ଛତିଶଗଡ଼ର ନୂଆ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା ଭୂପେଶ ବାଘେଲ୍ କଂଗ୍ରେସ ଦଳକୁ ରାଜ୍ୟରେ ପାଉଁଶ ଭିତରୁ ଉଠାଇ ଶିଖରରେ ପହଞ୍ଚାଇଛନ୍ତି। ୧୯୬୧ ଅଗଷ୍ଟ ୨୩ରେ ଜନ୍ମ ଗ୍ରହଣ କରିଥିବା ବାଘେଲ୍ ୮୦ ଦଶକରୁ କଂଗ୍ରେସରେ ସାମିଲ ହୋଇଥିଲେ। ଦୁର୍ଗ ଜିଲ୍ଲାରେ ସେ ଯୁବ କଂଗ୍ରେସ ଅଧ୍ୟକ୍ଷ ରହିଥିଲେ। ସେ ୧୯୯୦ରୁ ୧୯୯୪ ପର୍ଯ୍ୟନ୍ତ ଜିଲ୍ଲା ଯୁବ କଂଗ୍ରେସ କମିଟି, ଦୁର୍ଗ (ଗ୍ରାମୀଣ)ର ଅଧ୍ୟକ୍ଷ ରହିଥିଲେ। ୨୦୦୦ରେ ଯେବେ ଛତିଶଗଡ଼ ପୃଥକ୍ ରାଜ୍ୟ ହେଲା, ସେତେବେଳେ ବାଘେଲ୍ ପାଟନ୍ ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏହି ସମୟରେ ସେ କ୍ୟାବିନେଟ୍ ମନ୍ତ୍ରୀ ହୋଇଥିଲେ। ୨୦୦୩ରେ କଂଗ୍ରେସ ହାତରୁ ଶାସନ କ୍ଷମତା ଚାଲିଯିବା ପରେ ସେ ବିରୋଧୀ ଦଳର ଉପନେତା ହୋଇ ଗୁରୁଦାୟିତ୍ବ ସମ୍ଭାଳିଥିଲେ। ଏହାପରେ ୨୦୧୪ରେ ସେ ଛତିଶଗଡ଼ କଂଗ୍ରେସର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଥିଲେ। ଭୂପେଶ ବାଘେଲ୍ ଦୀର୍ଘ ସମୟ ଧରି ଦଳ ପାଇଁ ସଂଘର୍ଷ କରିଥିଲେ। ପୂର୍ବର ରମଣ ସିଂହ ସରକାର ଏବଂ ଅଜିତ୍ ଯୋଗୀଙ୍କଠାରୁ ତୀବ୍ର ଆହ୍ବାନର ସମ୍ମୁଖୀନ ହୋଇ କାର୍ଯ୍ୟ କରିଥିଲେ। ରାଜ୍ୟରେ ଦଳର ବିଜୟ ବାବଦରେ ସେ କହିଛନ୍ତି ଯେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ତାଙ୍କୁ ଏକ ଗୁରୁ ଦାୟିତ୍ବ ଦେଇଥିଲେ। ଚଳିତ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ଜିତାଇବା ପାଇଁ ସେ ଦାୟିତ୍ବ ସମ୍ଭାଳିଥିଲେ। ରାହୁଲଙ୍କ ପକ୍ଷରୁ ଦିଆଯାଇଥିବା ଏହି ଦାୟିତ୍ବକୁ ସେ ସୁଚାରୁ ରୂପେ ସମ୍ପାଦନ କରିଥିଲେ ଏବଂ ରାଜ୍ୟରେ କଂଗ୍ରେସକୁ ଜିତାଇବାରେ ସମର୍ଥ ହୋଇଛନ୍ତି।
ଯୁବ କଂଗ୍ରେସ ଅଧ୍ୟକ୍ଷରୁ ମୁଖ୍ୟମନ୍ତ୍ରୀ
/sambad/media/post_attachments/wp-content/uploads/2018/12/16bhupesh-baghel.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)