ବିଏସ୍‌ଏଫ୍‌ରେ ନିଯୁକ୍ତି ପାଇଁ ଶାରୀରିକ ପରୀକ୍ଷା ଚାଲୁଥିବା ସମୟରେ ଦୌଡ଼ି ଦୌଡ଼ି ଟଳି ପଡ଼ିଲେ ଯୁବକ

ନୂଆଦିଲ୍ଲୀ : ଝାଡ଼ଖଣ୍ଡର ହଜାରିବାଗ୍‌ରେ ବିଏସ୍‌ଏଫ୍‌ରେ ଭର୍ତ୍ତି ପ୍ରକ୍ରିୟା ସମୟରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଶୁକ୍ରବାର ଯୁବକଙ୍କୁ ଶାରୀରିକ ପରୀକ୍ଷା ପାଇଁ ଦୌଡ଼ିବାକୁ କୁହାଯାଇଥିଲା । ଏହା ପରେ ଦୌଡ଼ି ଦୌଡ଼ି ଯୁବକ ଅଧା ବାଟରେ ଅଚେତ ହୋଇ ପଡ଼ିଥିଲେ । ତୁରନ୍ତ ତାଙ୍କୁ ଡାକ୍ତରଖାନା ନିଆଯିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Image result for youth-died-during-running-bsf-job-selection-process-in-hazaribag-jharkhand
www.jagran.com

ସୂଚନା ମୁତାବକ, ଶୁକ୍ରବାର ସକାଳ ସମୟରେ ବିଏସ୍‌ଏଫ୍‌ରେ ଭର୍ତ୍ତି ପାଇଁ ଶାରୀରିକ ପରୀକ୍ଷା ରଖାଯାଇଥିଲା । ୨୪ମିନିଟ୍‌ରେ  ଯୁବକଙ୍କୁ ୫ କିଲୋମିଟର ଦୌଡ଼ିବାର ଥିଲା । କିନ୍ତୁ ଅଧାବାଟରେ ଦୌଡ଼ି ଦୌଡ଼ି ଅଚେତ ହୋଇ ପଡ଼ିଥିଲେ ଅନୁରାଗ କୁମାର ଯାଦବ । ତୁରନ୍ତ ତାଙ୍କୁ ହଜାରିବାଗ୍‌ ସଦର ଡାକ୍ତରଖାନା ପଠାଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ତେବେ ଏଭଳି ଘଟଣା ପ୍ରଥମ ନୁହେଁ, ଅନେକ ସମୟରେ ଶାରୀରିକ ପରୀକ୍ଷା ଚାଲୁଥିବା ବେଳେ ପରୀକ୍ଷାର୍ଥୀଙ୍କ ମୃତ୍ୟୁ ହେବା ଖବର ସାମ୍ନାକୁ ଆସିସାରିଛି ।

ସମ୍ବନ୍ଧିତ ଖବର