ଭାଗ୍ୟବାନ ଯାତ୍ରୀ: ଧରାପଡ଼ିଯିବା ଭୟରେ ଚଳନ୍ତା ଟ୍ରେନ୍‌ରୁ ଡେଇଁଲେ ଯୁବକ, କାରଣ ଥିଲା ଏମିତି

ମୁମ୍ବାଇ: ଟ୍ରେନ୍‌ରେ ଯାତ୍ରା କରୁଥିବା ଜଣେ ଯୁବକ ଭୟରେ ତଳକୁ ଡେଇଁଛି। ଯୁବକ ଯାତ୍ରୀ ଜଣକ ଏମିତି ଡେଇଁଛନ୍ତି ଯେ, ରେଳଧାରଣା ଓ ପ୍ଲାଟଫର୍ମ ମଝିରେ ଥିବା ଫାଙ୍କା ଭିତରେ ପଡ଼ିଛନ୍ତି। ସିସିଟିଭି ଦ୍ୱାରା ଧରାପଡ଼ିବା ପରେ ଷ୍ଟେସନ୍‌ରେ ମୁତୟନ ଥିବା ଆରପିଏଫ୍‌ ସାମାନ୍ୟ ଆହତ ଯାତ୍ରୀଙ୍କୁ ଉଦ୍ଧାର କରିଛନ୍ତି। ସୁସ୍ଥ ହେବା ପରେ ଆରପିଏଫ୍‌ ଯାତ୍ରୀଙ୍କ ଠାରୁ ଜାଣିବାକୁ ପାଇଥିଲେ ଯେ, ବିନା ଟିକେଟ୍‌ରେ ଯାତ୍ରା କରିଥିବାରୁ ଓ ଟିଟିଇଙ୍କ ହାବୁଡ଼ରେ ପଡ଼ିଯିବା ଭୟରେ ସେ ଚଳନ୍ତା ଟ୍ରେନ୍‌ରୁ ଡେଇଁଛନ୍ତି।

ମୁମ୍ବାଇର ବିଦ୍ୟାବିହାର ଷ୍ଟେସନ୍‌ର ପ୍ଲାଟଫର୍ମ ନଂ ୨ରେ ଏହି ଅଭାବନୀୟ ଘଟଣା ଘଟିଛି। ମହାରାଷ୍ଟ୍ରର କୁର୍ଲା ଅନ୍ତର୍ଗତ କାମିନୀ ନିବାସୀ ବିକାଶ ଗୌଡକୁ ଭାଗ୍ୟଶାଳୀ ଯୁବକ କୁହାଯିବ, ଯିଏ କି ଚଳନ୍ତା ଟ୍ରେନରୁ ଡେଇଁ ମଧ୍ୟ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି। ଷ୍ଟେସନ୍‌ରେ ଟ୍ରେନ୍‌ର ବେଗ କମି ନଥିବା ବେଳେ ସେ, ତଳକୁ ଡେଇଁଥିଲା ବୋଲି କୁର୍ଲର୍ା ଆରପିଏଫ୍‌ର ବରିଷ୍ଠ ଇନସପେକ୍ଟର ଏସ୍‌ ଅଟ୍ରି କହିଛନ୍ତି। ଚଳନ୍ତା ଟ୍ରେନ୍‌ରୁ ତଳକୁ ନ ଓହ୍ଲାଇବା ପାଇଁ ଆମେ ସବୁବେଳେ ଯାତ୍ରୀଙ୍କୁ ପରାମର୍ଶ ଦେଉଛୁ, ତଥାପି ଯାତ୍ରୀମାନେ ଏହା ମାନୁ ନାହାନ୍ତି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର