ଆଗ୍ରା: ଓଡ଼ିଶାର ୩୦ ବର୍ଷିଅ ଯୁବକ ମୁକ୍ତିକାନ୍ତ ବିଶ୍ୱାଲ ପଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ପାଇଁ ପଦଯାତ୍ରା କରିଛନ୍ତି। ମୋଦି ଦେଇଥିବା ପ୍ରତିଶ୍ରୁତିକୁ ମନେ ପକାଇବା ଉଦ୍ଦେଶ୍ୟରେ ସେ ଗତ ଏପ୍ରିଲ ୧୬ରେ ରାଉରକେଲାରୁ ଏହି ପଦଯାତ୍ରା କରିଛନ୍ତି। ସେ ଗୁରୁବାର ଉତ୍ତରପ୍ରଦେଶର ଆଗ୍ରାରେ ପହଞ୍ଚିବା ପରେ ହଠାତ୍ ବେହୋସ ହୋଇ ପଡ଼ିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
କ’ଣ କହନ୍ତି ମୁକ୍ତିକାନ୍ତ?
ମୁକ୍ତିକାନ୍ତଙ୍କ କହିବା ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଗାଁର ଲୋକଙ୍କୁ ବ୍ରାହ୍ମଣୀ ନଦୀ ଉପରେ ନିର୍ମାଣାଧିନ ପୋଲ କାମ ସମ୍ପୂର୍ଣ୍ଣ କରିବା ଓ ରାଉରକେଲା ହସ୍ପିଟାଲକୁ ସୁପରସ୍ପେଶାଲିଟି ହସ୍ପିଟାଲରେ ପରିବର୍ତ୍ତନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ସେହି ପ୍ରତିଶ୍ରୁତି ମନେ ପକାଇବା ପାଇଁ ମୋଦିଙ୍କୁ ଭେଟିବାକୁ ଯାଉଛି। ସେ ଗୁରୁବାର ଆଗ୍ରାରେ ପହଞ୍ଚି ଥିଲେ। ପ୍ରଚଣ୍ଡ ଖରା ଓ ଗରମ ଯୋଗୁଁ ତାଙ୍କ ମୁଣ୍ଡ ବ୍ୟଥା ହୋଇଥିଲା। ଫଳରେ ସେ ବେହୋସ ହୋଇ ଯାଇଥିଲେ।
/sambad/media/post_attachments/wp-content/uploads/2018/06/Muktikanta1-300x224.jpg)
ଜାତୀୟ ଗଣମାଧ୍ୟମକୁ ମୁକ୍ତିକାନ୍ତ କହିଛନ୍ତି, ସେ ଏପର୍ଯ୍ୟନ୍ତ ୧୩୫୦ କିଲୋମିଟର ପଦଯାତ୍ରା କରିଛନ୍ତି। ତାଙ୍କର ଲକ୍ଷ୍ୟ ଯେ ଆଗାମୀ ସପ୍ତାହରେ ନିଜର ଯାତ୍ରା ପୂରା କରିବେ। ଦିଲ୍ଲୀ ପହଞ୍ଚି ସେ ମୋଦିଙ୍କୁ ଭେଟିବାର ଲକ୍ଷ୍ୟ ରଖିଛନ୍ତି। ସେ କୁହନ୍ତି ମୋଦି ୨୦୧୫ରେ ପ୍ରତିଶ୍ରୁତି ଦେଇଥିଲେ ଯେ, ବ୍ରାହ୍ମଣୀ ନଦୀ ଉପରେ ନିର୍ମାଣାଧିନ ପୋଲ ଖୁବ ଶୀଘ୍ର ସଂପୂର୍ଣ୍ଣ ହେବ। ସେ କହିଛନ୍ତି, ଏହି ପୋଲ ରାଉରକେଲା ଲୋକଙ୍କ ପାଇଁ ଜୀବନରେଖା ପାଲଟିବ। ସେହିଭଳି ସାଧାରଣ ହସ୍ପିଟାଲ ସୁପରସ୍ପେଶାଲିଟି ହସ୍ପିଟାଲ ଓ ମେଡିକାଲ କଲେଜରେ ପରିବର୍ତ୍ତନ ହେଲେ, ହଜାର ସଂଖ୍ୟାରେ ଲୋକ ଉତ୍ତମ ଚିକିତ୍ସା ସୁବିଧା ପାଇବେ।
/sambad/media/post_attachments/wp-content/uploads/2018/06/Muktikanta2-300x224.jpg)
ସେ କହିଛନ୍ତି, ରାଉରକେଲାରୁ ସେ ଯାତ୍ରା ଆରମ୍ଭ କରି ଝାଡଖଣ୍ଡ ଓ ବିହାର ଦେଇ ଉତ୍ତରପ୍ରଦେଶରେ ପହଞ୍ଚିଛନ୍ତି। ତାଙ୍କର ପଦଯାତ୍ରା ୧୫୩୮ କିଲୋମିଟର ହେବ। ସେ କହିଛନ୍ତି ଦିନକୁ ୨୦ରୁ ୨୫ କିଲୋମିଟର ପଦଯାତ୍ରା କରନ୍ତି। ମୋଦିଙ୍କୁ ମନ କଥା କହିବା ପରେ ଫେରିବି ବୋଲି ଆଶା ରଖିଛନ୍ତି ମୁକ୍ତିକାନ୍ତ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/06/Muktikanta.jpg)
