ନୂଆଦିଲ୍ଲୀ,: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମାସିକ ରେଓଡି କାର୍ଯ୍ୟକ୍ରମ ‘ମନ୍ କୀ ବାତ’ରେ ମତଦାନ ପାଇଁ ଯୁବ ଭୋଟର୍ଙ୍କୁ ସଚେତନ କରାଇଛନ୍ତି। ଗଣତନ୍ତ୍ରକୁ ସୁଦୃଢ଼ କରିବା ଦିଗରେ ନିର୍ବାଚନ କମିସନଙ୍କ ପ୍ରୟାସକୁ ମଧ୍ୟ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ ସିଦ୍ଧଗଂଗା ମଠର ମହନ୍ତ ଶିବକୁମାର ସ୍ବାମୀଙ୍କୁ ଶ୍ରଦ୍ଧାଞ୍ଜାଳି ଦେବା ସହ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଏବଂ ‘ଏକ୍ଜାମ ୱାରିଅର୍’ ପ୍ରସଙ୍ଗରେ ତାଙ୍କ ମତ ରଖିଥିଲେ । ଚଳିତ ବର୍ଷର ପ୍ରଥମ ମନ୍ କୀ ବାତ୍ରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ନିର୍ବାଚନ କମିସନ ଯେଭଳି ସ୍ବଚ୍ଛ ଓ ପାରଦର୍ଶୀ ଢଙ୍ଗରେ ନିର୍ବାଚନ କରାଉଛନ୍ତି ତାହା ଅତୀବ ପ୍ରଶଂସନୀୟ। ଚଳିତ ବର୍ଷର ଲୋକସଭା ନିର୍ବାଚନରେ ଏକବିଂଶ ଶତାବ୍ଦୀରେ ଜନ୍ମିତ ଯୁବଗୋଷ୍ଠୀ ପ୍ରଥମ ଥର ପାଇଁ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ମତଦାତା ଭାବେ ଯୁବ ପିଢ଼ି ନିଜକୁ ପଂଜିକୃତ କରିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇ ମତଦାନକୁ ଏକ କର୍ତ୍ତବ୍ୟ ଭାବେ ଗ୍ରହଣ କରିବାକୁ କହିଥିଲେ।
ପ୍ରଧାନମନ୍ତ୍ରୀ ଆଜି ନେତାଜୀ ସୁଭାଷଙ୍କୁ ସ୍ମରଣ କରି କହିଥିଲେ ଯେ ଲାଲକିଲ୍ଲାରେ ଏକ ମୁ୍ଜିୟମ ସ୍ଥାପନ କରିବା ପାଇଁ ସରକାର ସୁଯୋଗ ପାଇଥିଲେ ଏବଂ ଏହାର ପରିସରକୁ କ୍ରାନ୍ତି ମନ୍ତିର ଭାବେ ଦେଶକୁ ସମର୍ପିତ କରାଯାଇଛି। ‘ନେତାଜୀଙ୍କ ପରିବାର ତାଙ୍କ ଦ୍ବାରା ବ୍ୟବହାର ହୋଇଥିବା ଟୋପିକୁ ମତେ ଦେଇଥିଲେ, ମୁଁ ତାହାକୁ ସଂଗ୍ରହାଳୟରେ ରଖିବା ବ୍ୟବସ୍ଥା କରିଛି’ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ବିଶ୍ବର ଅନ୍ୟ ରାଷ୍ଟ୍ରମାନଙ୍କ ସହିତ ଭାରତର ସଂପର୍କକୁ ସୁଦୃଢ଼ କରିବାରେ ଆମର ଉପଗ୍ରହ ବ୍ୟବସ୍ଥା ବେଶ୍ ଫଳପ୍ରଦ ସାବ୍ୟସ୍ତ ହୋଇଛି ବୋଲି ସେ କହିଥିଲେ।
ଯୁବଗୋଷ୍ଠୀ ମତଦାନକୁ କର୍ତ୍ତବ୍ୟ ଭାବେ ଗ୍ରହଣ କରନ୍ତୁ
ମନ୍ କୀ ବାତ
/sambad/media/post_attachments/wp-content/uploads/2019/01/modi-8.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)