ପରିବାରରେ ୪ ସଦସ୍ୟଙ୍କୁ ହତ୍ୟା ପରେ ଯୁବକର ଆତ୍ମହତ୍ୟା

ଯୋଧପୁର : ରାଜସ୍ଥାନର ଯୋଧପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୩୮ ବର୍ଷୀୟ ବ୍ୟକ୍ତି ତା’ ପରିବାରର ୪ ଜଣ ସଦସ୍ୟଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଛି। ଲୋହାୱତ ଏସଏଚଓ ବଦ୍ରି ପ୍ରସାଦ କହିଛନ୍ତି, ଶୁକ୍ରବାର ଦିନ ଶଙ୍କର ଲାଲ୍‌ ତାଙ୍କ ବାପା ସୋନାରାମ (୬୫)ଙ୍କୁ ଏକ କୁରାଢ଼ିରେ ହତ୍ୟା କରିଥିଲା। ପରେ ସେ ତା’ ମା’ ଚମ୍ପା (୫୫) ଏବଂ ପୁଅ ଲକ୍ଷ୍ମଣ (୧୪) , ଦିନେଶ (୮)ଙ୍କୁ ହତ୍ୟା କଲା। ଏହାପରେ ଲାଲ୍‌ ସେମାନଙ୍କ ମୃତଦେହକୁ ଘରେ ଥିବା ଏକ ପାଣି ଟାଙ୍କିରେ ପକାଇ ତାଙ୍କର ଜଣେ ସମ୍ପର୍କୀୟଙ୍କ ଘରକୁ ଯାଇଥିଲା। ସେଠାରେ ‌ସେ ଏକ ଛାତରୁ କୁଦି ଆତ୍ମହତ୍ୟା କରିଛି।

ପୁଲିସ ଅନୁଯାୟୀ ଲାଲ୍‌ ପିଲ୍‌ୱା ଗ୍ରାମରେ ଜଣେ କୃଷକ। ସେ ପ୍ରବଳ ଅଫିମ ଖାଏ। ଲାଲ୍‌ ତା’ ପରିବାରର ଅନ୍ୟ ସଦସ୍ୟଙ୍କୁ ନିଶା ଦେଇଥିବା ଅନୁମାନ କରାଯାଉଛି। ଯାହା ଫଳରେ ଶଙ୍କର ଲାଲ୍‌ର ପତ୍ନୀ ଏବଂ ଅନ୍ୟ ସଦସ୍ୟମାନେ ସେଠାରେ ଉପସ୍ଥିତ ଥାଇ ମଧ୍ୟ କ’ଣ ଘଟୁଛି ତାହା ଜାଣିପାରିନଥିଲେ। ପୁଲିସ ଶନିବାର ଦିନ ସମସ୍ତଙ୍କ ମୃତଦେହକୁ ପାଣି ଟାଙ୍କିରୁ ଜବତ କରିବା ସହ ଘଟଣାରେ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର