ମିରୁଟ : ଯୁବକକୁ ହତ୍ୟା ପରେ ୧୫ କିମି ବାଇକ୍‌ରେ ଘୋଷାଡ଼ିଲେ

ମିରୁଟ : ଜଣେ ୨୧ ବର୍ଷୀୟ ଯୁବକଙ୍କୁ ଗୁଳି କରି ହତ୍ୟା କରିବା ପରେ ହତ୍ୟାକାରୀମାନେ ତାଙ୍କୁ ମୋଟର ସାଇକେଲରେ ବାନ୍ଧି ପନ୍ଦର କିଲୋମିଟର ଘୋଷାଡ଼ି ନେବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ପୋଲିସର ପ୍ରାଥମିକ ତଦନ୍ତ ରିପୋର୍ଟରୁ ଜଣାପଡ଼ିଛି, ଯୁବକକୁ ଗୁଳି କରି ହତ୍ୟା ପରେ ତା ବେକରେ ଦଉଡ଼ି ବାନ୍ଧି ବାଇକ୍‌ରେ ଘୋଷାଡ଼ି ନିଆଯିବାରୁ ଶରୀର ଖଣ୍ଡବିଖଣ୍ଡିତ ହୋଇପଡ଼ିଛି। ପୋଲିସ ଯୁବକର ମୃତଦେହକୁ ଉଦ୍ଧାର କରିଛି।

ହତ୍ୟାର ଶିକାର ହୋଇଥିବା ଯୁବକର ନାମ ମୁକୁଲ୍‌ କୁମାର ଏବଂ ତାଙ୍କୁ ହାପୁର ଜିଲ୍ଲାର ମଣ୍ଡିଠାରୁ ମିରୁଟ ପର୍ଯ୍ୟନ୍ତ ରାସ୍ତାରେ ଘୋଷାଡ଼ି ନିଆଯାଇଥିଲା ବୋଲି ଏସ୍‌ପି ଅବିନାଶ ପାଣ୍ଡେ ସୂଚନା ଦେଇଛନ୍ତି। ଯୁବକଙ୍କ ମୃତ ଶରୀର ନିକଟରୁ ଏକ ମୋଟର ସାଇକେଲ ମଧ୍ୟ ପୋଲିସ ଜବତ କରିଛି। ଏହି ମୋଟର ସାଇକେଲଟି ସ୍ଥାନୀୟ ରୋହତା ଗ୍ରାମର ସଚିନ୍‌ ନାମକ ଜଣେ ଯୁବକର ବୋଲି ଜଣାପଡ଼ିଛି। ପୋଲିସର କହିବା କଥା ହେଉଛି, ଯୁବକର ଶରୀରର ବିଭିନ୍ନ ସ୍ଥାନରେ ଗୁଳିମାଡ଼ ହୋଇଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର