ପୁଲିସ ସାମ୍ନାରେ ଯୁବକଙ୍କୁ ହତ୍ୟା

ହାଇଦ୍ରାବାଦ୍‌: ହାଇଦ୍ରାବାଦ୍‌ର ଅତ୍ତାପୁର ଅଞ୍ଚଳରେ ପୁଲିସ ଗାଡ଼ି ସମ୍ମୁଖରେ ଜଣେ ଯୁବକଙ୍କୁ ହାଣି ହତ୍ୟା କରାଯାଇଛି। ମୃତ ଯୁବକଙ୍କୁ ରମେଶ ବୋଲି ଚିହ୍ନଟ କରାଯାଇଛି। ରମେଶ ନିଜେ ମଧ୍ୟ ଜଣେ ହତ୍ୟାକାରୀ। ସେ ଗତ ଡିସେମ୍ବରରେ ଏକ ଦୋକାନରେ କାର୍ଯ୍ୟ କରୁଥିବା ୨୩ ବର୍ଷୀୟ ମହେଶ ଗୌଡ଼ଙ୍କୁ ହତ୍ୟା କରିଥିଲେ। ଆଜି ଏହି ରାଗରେ ମହେଶଙ୍କ ବାପା ଏବଂ ଦାଦା ରମେଶଙ୍କୁ ହତ୍ୟା କରିଛନ୍ତି।

ସମ୍ବନ୍ଧିତ ଖବର