ବାହାଘରର ୫ଘଣ୍ଟା ଆଗରୁ ସାହୁକାର ଟଙ୍କା ଦେବାକୁ ମନା କଲେ, କଂଗ୍ରେସ କର୍ମୀମାନେ ଏପରି ସହାୟତା କରି ବାହାଘର କରାଇଲେ

ଜୟପୁର: ରାଜସ୍ଥାନର ଜୟପୁର ସହରରେ ଏକ ପରିବାରକୁ କଂଗ୍ରେସ କର୍ମୀମାନେ ସହାୟତାର ହାତ ବଢ଼ାଇ ଏବେ ଚର୍ଚ୍ଚାର ବିଷୟ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଜୟପୁରର ଘାଟଗେଟସ୍ଥିତ ତଙ୍ଗ ଗଳିରେ ରହୁଥିବା ଜଣେ ମୁସଲମାନ ଲୋକ ନିଜର ଝିଅର ବାହାଘର ପାଇଁ କିଛି ଟଙ୍କା ଧାର ମାଗିଥିଲେ। ସେ ପୌର ପାଳିକାରେ ଚୌକିଦାର କାମ କରି ନିଜ ପରିବାରର ଗୁଜୁରାଣ ମେଣ୍ଟାନ୍ତି ।

ଏହାରି ଭିତରେ  ଧାର ଦେବାକୁ ପ୍ରତିଶ୍ରୁତି ଦେଇଥିବା ସାହୁକାର କିନ୍ତୁ ଠିକ ସମୟରେ ଟଙ୍କା ନ ଦେବାକୁ ମନା କରି ଦେଇଥିଲେ। ସେତେବେଳକୁ ମୁସଲମାନ ବ୍ୟକ୍ତିଙ୍କ ହାତରେ ମାତ୍ର ୫ ଘଣ୍ଟା ସମୟ ଥିଲା, କାରଣ ବରଯାତ୍ରୀ ଆସିବା ସମୟ ପାଖେଇ ହୋଇଥିଲା।କନ୍ୟା ପିତାଙ୍କ ଅବସ୍ଥା ଖରାପ ହୋଇଗଲା।

photo–zee news

କଂଗ୍ରେସର ଜଣେ ବରିଷ୍ଠ ନେତା ପଂକଜ ଶର୍ମା ଏକଥାର ସୂଚନା ପାଇଲେ ।ଏହା ପରେ ସେ ନିଜର କର୍ମୀମାନଙ୍କୁ ସମସ୍ୟାର ସମାଧାନ କରିବାକୁ ପ୍ରସ୍ତୁତ ରହିବା ପାଇଁ ପରାମର୍ଶ ଦେଇଥିଲେ। ଏହାପରେ ସେମାନେ ବଜାରରୁ ବିବାହ ପାଇଁ ଆବଶ୍ୟକ ଜିନିଷ କିଣିଥିଲେ। ତାପରେ ଉକ୍ତ ମୁସଲିମ ପରବାରରେ ପହଂଚି ସେସବୁ ଜିନିଷ ଦେଇଥିଲେ ।ଖାଲି ସେତିକି ନୁହେଁ ଏଥି ସହିତ ସେମାଦନ ବରାଯାତ୍ରୀଙ୍କ ସ୍ୱାଗତ ପାଇଁ ଆବଶ୍ୟକ ବ୍ୟବସ୍ଥା ଏବଂ ବରଯାତ୍ରୀଙ୍କ ଭୋଜି ବ୍ୟବସ୍ଥା ମଧ୍ୟ କରିଥିଲେ।

ସମ୍ବନ୍ଧିତ ଖବର