ପ୍ୟାରିସ୍ : ଫ୍ରାନ୍ସରେ ପ୍ରଚଳିତ ହୋଇଥିବା ଏକ ନୂଆ ‘କ୍ୟାଟ୍-କଲ୍’ ଆଇନରେ ଜଣେ ଯୁବକ ପ୍ରଥମ ଥର ପାଇଁ ଦଣ୍ଡିତ ହୋଇଛନ୍ତି। ଚଳନ୍ତା ବସ୍ରେ ଯୁବକ ଜଣକ ଜଣେ ମହିଳାଙ୍କ ନିତମ୍ବକୁ ହାତରେ ପିଟିଦେବା ଏବଂ ତାଙ୍କ ବକ୍ଷୋଜକୁ ନେଇ ଅଶାଳୀନ ମନ୍ତବ୍ୟ ଦେବା ଅଭିଯୋଗରେ ତାଙ୍କୁ ଦଣ୍ଡିତ କରାଯାଇଛି। ଦେଶର ନୂଆ ‘କ୍ୟାଟ୍ କଲ୍’ ନିୟମ ପ୍ରଥମ ଥର ପାଇଁ ଲାଗୁ ହୋଇଥିବା ବେଳେ ଏହି ଯୁବକ ଜଣକ ଏହାର ପ୍ରଥମ ଶିକାର ହୋଇଛନ୍ତି। ମହିଳାଙ୍କ ନିତମ୍ବରେ ହାତ ଲଗାଇବା ଅଭିଯୋଗରେ ୩ ମାସ ଜେଲ୍ ଏବଂ ଅଶାଳୀନ ମନ୍ତବ୍ୟ ପାଇଁ ୩୦୦ ୟୁରୋ (୩୫୩ ଡଲାର) ଜରିମାନା ଲାଗୁ କରାଯାଇଛି।
ମହିଳାଙ୍କୁ ଅସଦାଚରଣ କରି ଯୁବକ ଜେଲ ଗଲେ
/sambad/media/post_attachments/wp-content/uploads/2018/09/jail-5.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)