ନୂଆଦିଲ୍ଲୀ: ଟ୍ରେନ ଦୁର୍ଘଟଣା ବିପଜ୍ଜନକ ହୋଇଥାଏ, ଯାହା ଅନେକ ଲୋକଙ୍କ ଜୀବନ ହାନୀର କାରଣ ମଧ୍ୟ ହେଇଥାଏ। ଯାହାର ସାକ୍ଷୀ ହେଉଛି ବାଲେଶ୍ବରର ବାହାନଗା ରେଳ ଦୁର୍ଘଟଣା। ଟ୍ରେନ୍ ଧକ୍କା ହେବା, ଲାଇନଚ୍ୟୁତ ହେବା କିମ୍ବା ଯାତ୍ରୀ ଚଢ଼ିବା-ଓହ୍ଲାଇବା ସମୟରେ ଅଘଟଣ ହେବା କିଛି ନୂଆକଥା ନୁହ୍ଁ, ତଥାପି ତଥାପି ଲୋକମାନେ ସଚେତନ ହେଉନାହାଁନ୍ତି। ସଂପ୍ରତି ସୋସିଆଲ ମିଡିଆରେ ଟ୍ରେନ ଦୁର୍ଘଟଣାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ଯୁବକ ଟ୍ରେନରୁ ଖସି ପ୍ଲାଟଫର୍ମରେ ଘୋଷାଡ଼ି ହୋଇ ଯାଉଥିବାର ଦେଖିବାକୁ ମିଳୁଛି। ଏହା ହୁଏତ ତାଙ୍କ ଲାଗି ଭାରି ପଡ଼ିଥାନ୍ତା, କିନ୍ତୁ ବ୍ୟକ୍ତି ଜଣକ ଭାଗ୍ୟବାନ ଥିଲେ କିଛି ଅଘଟଣ ଘଟିବା ପୂର୍ବରୁ ବର୍ତ୍ତି ଯାଇଥିଲେ।

Advertisment

ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ ଟ୍ରେନ୍‌ଟି ଦ୍ରୁତ ବେଗରେ ଷ୍ଟେସନ ଦେଇ ଗତି କରୁଛି। ଟ୍ରେନ୍ ଟି ପ୍ରାୟ ୧୧୦ କିମି ବେଗରେ ଗତି କରୁଛି, ଟ୍ରେନ୍ ର ବେଗ ଅଧିକ ଥିବା ଯୋଗୁଁ ଲୋକମାନେ ପ୍ଲାଟଫର୍ମ କଡ଼ରୁ ଦୂରେଇ ଯାଇଛନ୍ତି, କିନ୍ତୁ ହଠାତ୍‌ ଜଣେ ଯୁବକ ଟ୍ରେନ୍ ରୁ ଖସି ପଡ଼ି ପ୍ଲାଟଫର୍ମରେ ଦୀର୍ଘ ବାଟ ପର୍ଯ୍ୟନ୍ତ ଘୋଷାଡ଼ି ହୋଇ ଯାଉଥିବା ଦେଖିବାକୁ ମିଳୁଛି। ତେବେ, ଯୁବକଙ୍କ ଭାଗ୍ୟ ବଳରୁ ଏହି ଦୁର୍ଘଟଣାରୁ ସେ ବଞ୍ଚିଯାଇଛନ୍ତି। ଭିଡିଓର କ୍ୟାପସନରେ ଲେଖାଯାଇଛି, ୟୁପିର ଶାହାଜାହାନପୁରରେ ଜଣେ ଯୁବକ ୧୧୦ କିମି ବେଗରେ ଏକ୍ସପ୍ରେସ୍ ଟ୍ରେନରୁ ଖସି ପଡ଼ି୧୦୦ ମିଟର ପର୍ଯ୍ୟନ୍ତ ପ୍ଲାଟଫର୍ମରେ ଖସି ପଡ଼ିଥିଲେ ଏବଂ ପରେ ଠିଆ ହୋଇଥିଲେ।

ସେୟାର ହେବା ପରେ ଏହି ଭିଡିଓକୁ ୫୭ ହଜାରରୁ ଅଧିକ ଥର ଦେଖାଯାଇଛି। ଭିଡିଓରେ କମେଣ୍ଟ କରି କିଛି ଲୋକ ଏହାକୁ ଯୁବକଙ୍କ ସୌଭାଗ୍ୟ ବୋଲି କହୁଥିବା ବେଳେ କେହି କେହି ଏହାକୁ ନିଜର ଅବହେଳା ବୋଲି କହୁଛନ୍ତି। ଜଣେ ୟୁଜର ଲେଖିଛନ୍ତି, "ଲକି ବୟ, ଯଦି ସେ ଷ୍ଟେସନର ପ୍ଲାଟଫର୍ମରେ ପଡ଼ି ନଥାନ୍ତା, ତେବେ ଏହା ଜଙ୍ଗଲୀ କୁକୁର ଏବଂ ପଶୁମାନଙ୍କର ଖାଦ୍ୟ ହୋଇଯାଇଥାନ୍ତା’।