ବିବାହ ନ ହେବାରୁ ମନ୍ଦିରରେ ହନୁମାନଙ୍କ ମୂର୍ତ୍ତି ଭାଙ୍ଗିଲେ ଯୁବକ

ଜୟପୁର: ନିଜ ବିବାହକୁ ନେଇ ଥିବା ୩ ମାସର ଅଭିଳାଷ ପୂର୍ଣ୍ଣ ନ ହେବାରୁ ଜଣେ ଯୁବକ ହନୁମାନଙ୍କ ମୂର୍ତ୍ତିକୁ ଭାଙ୍ଗିଦେଇଛନ୍ତି | ରାଜସ୍ଥାନର ଚୋମ୍ପୁ ଅଞ୍ଚଳରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି | ତେବେ ଯୁବକ ଜଣକ ମାନସିକ ଭାରସାମ୍ୟ ହରାଇ ଏପରି କରିଥିବାର ପୁଲିସ କହିଛି | ମିଳିଥିବା ସୂଚନା ମୁତାବକ ମନ୍ଦିରର ପୂଜକଙ୍କୁ ପୂଜା କରିବାରେ ତାଙ୍କ ନାତି ବଡ଼ୁ ରାମ ସହଯୋଗ କରୁଥିଲା | ୩ ମାସ ମଧ୍ୟରେ ବିବାହ କିଭଳି ସମ୍ପନ୍ନ ହେବ ସେ ନେଇ, ବଡୁ ହନୁମାନଙ୍କ ପାଖରେ ମାନସିକ ରଖିଥିଲେ |

Photo-ZeeNews

ତିନି ମାସ ବିତିଯାଇଥିଲେ ବି ବଡୁଙ୍କର ବିବାହ ହୋଇପାରିନଥିଲା | ଏଥିରେ ଉତକ୍ଷିପ୍ତ ହୋଇ ଯୁବକ ଜଣକ ହନୁମାନଙ୍କ ମୂର୍ତ୍ତି ଉପରେ ନିଜ ରାଗ ସୁଝାଇଦେଇଥିଲା | ଭୋର ସମୟରେ ମନ୍ଦିରରେ ଥିବା ହନୁମାନଙ୍କ ମୂର୍ତ୍ତି ଭାଙ୍ଗିବା ପରେ ନିଜ ଘରେ ଆସି ଶୋଇଯାଇଥିଲା | ସକାଳେ ଭକ୍ତମାନେ ଏଭଳି ଦୃଶ୍ୟ ଦେଖି ପୁଲିସକୁ ଖବର ଦେଇଥିଲେ |

ଏହାପରେ ପୁଲିସ ଡଗ ସ୍କ୍ୱାର୍ଡ ମାଧ୍ୟମରେ ତଦନ୍ତ କରିଥିଲା | ଶେଷରେ ବଡୁରାମ ଧରାପଡ଼ିଯାଇଥିଲା | ଏହି ଘଟଣାରେ କୌଣସି ମାମଲା ରୁଜୁ ହୋଇନଥିବା ପୁଲିସ ପକ୍ଷରୁ କୁହାଯାଇଛି | ମୂର୍ତ୍ତି ଭାଙ୍ଗିବା ନେଇ ବଡୁ ରାମ କହିଛି ଯେ ହନୁମାନଙ୍କର ୩ ମାସ ଧରି ନିଷ୍ଠାର ସହ ପୂଜା କରିବାପାରେ ବି କୌଣସି ଫଳ ପ୍ରାପ୍ତି ହୋଇନଥିଲା | ସେଥିପାଇଁ ସେ ମୂର୍ତ୍ତିକୁ ଭାଙ୍ଗିଦେଇଥିଲା |

ସମ୍ବନ୍ଧିତ ଖବର