୨୭ ଦିନ ଚାଲି ଚାଲି ମୁମ୍ବାଇରୁ ବିହାର ପହଞ୍ଚିଲେ ଯୁବକ

ନୂଆଦିଲ୍ଲୀ : ମାର୍ଚ୍ଚ ୨୧ ତାରିଖରେ ମହାରା‌ଷ୍ଟ୍ର ସରକାର ସଟ୍‌ଡାଉନ୍‌ ଘୋଷଣା କରିଥିଲେ। ହଠାତ୍‌ ସଟ୍‌ଡାଉନ୍‌ ଘୋଷଣା ହେବାପରେ ମହାରାଷ୍ଟ୍ରରେ ଫସିଥିବା ଶ୍ରମିକମାନେ ନିଜ ନିଜ ଘରକୁ ଫେରିବାକୁ ଚାହିଥିଲେ। କିନ୍ତୁ ଗାଡ଼ି ମୋଟର ବନ୍ଦ ହୋଇଥିବା ଯୋଗୁଁ ଅନେକ ଉପା‌ୟଶୂନ୍ୟ ହୋଇଯାଇଥିଲେ। ତେବେ ବିହାରର ଦରଭଙ୍ଗା ଜିଲ୍ଲାର ହରିବଂଶ ଚୌଧୁରୀ ନାମକ ଜଣେ ୩୨ ବର୍ଷୀୟ ଯୁବକ ମୁମ୍ବାଇର ଏକ ଷ୍ଟିଲ୍‌ ଫ୍ୟାକ୍ଟ୍ରିରେ କାମ କରୁଥ‌ିଲେ। ତାଙ୍କ ନିଯୁକ୍ତିଦାତା ହଠାତ୍‌ ଛୁଟି ଘୋଷଣା କରିବାରୁ ସେ ଘରକୁ ଫେରିବାକୁ ଚାହିଥିଲେ। କିନ୍ତୁ ତାଙ୍କ ପାଖରେ ମାତ୍ର ୨୪୦ ଟଙ୍କା ଥିଲା। ଟ୍ରେନ୍‌ରେ ଯିବାପାଇଁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ ବିହାରକୁ ସବୁ ଟ୍ରେନ୍‌ ବାତିଲ ହୋଇଯାଇଥିଲା। ହରିବଂଶ ତାଙ୍କ ବାପାଙ୍କୁ କଲ୍‌ କରିଥିଲେ। ତାଙ୍କ ବାପା ତାଙ୍କୁ ସୁରକ୍ଷିତ ରହିବାପାଇଁ କହିଥିଲେ ଏବଂ ଯାହା ଠିକ୍‌ ସେହି ନିଷ୍ପତ୍ତି ନେବାପାଇଁ କହିଥିଲେ। ହରିବଂଶ ଚାଲି ଚାଲି ଘରକୁ ଫେରିବାପାଇଁ ନିଷ୍ପତ୍ତି ନେଇଥିଲେ। ଉତ୍ତରପ୍ରଦେଶ ଏବଂ ବିହାରର ୨୫ ଜଣ ଲୋକଙ୍କ ସହ ସେ ଚାଲିବା ଆରମ୍ଭ କରିଥିଲେ। ବାଟରେ ୬-୭ ଥର ସେ ଟ୍ରକ୍‌ରେ ଲିଫ୍ଟ ପାଇଛନ୍ତି। ଶେଷରେ ୨୭ ଦିନ ଚାଲିବାପରେ ହରିବଂଶ ନିଜ ଘରେ ପହଞ୍ଚିଛନ୍ତି।

ସମ୍ବନ୍ଧିତ ଖବର