ୟୁକ୍ରେନ ଉପରେ ଋଷିଆର ଆକ୍ରମଣ ପରେ ୟୁଟ୍ୟୁବର ବଡ଼ ପଦକ୍ଷେପ

ନୂଆଦିଲ୍ଲୀ: ଋଷିଆ-ୟୁକ୍ରେନ ମଧ୍ୟରେ ମହାଯୁଦ୍ଧ ଚାଲିଛି। ୟୁକ୍ରେନକୁ ଚାରିଆଡୁ ଆକ୍ରମଣ କରୁଛି ଋଷିଆ। ଏହାରି ଭିତରେ ୟୁଟ୍ୟୁବ ପକ୍ଷରୁ ଋଷିଆକୁ ଝଟକା ଲାଗିଛି। ଋଷିଆର ମିଡିଆ ସଙ୍ଗଠନ ଆରଟି ଓ ଅନ୍ୟ ଋଷ ଚ୍ୟାନେଲ ଉପରେ ୟୁଟ୍ୟୁବ ପ୍ରତିବନ୍ଧକ ଲଗାଇ ଦେଇଛି। ଏଭଳି ପଦକ୍ଷେପ ନେବାର କାରଣ ୟୁକ୍ରେନ ସରକାର ମିଡିଆ ପ୍ଲାଟଫର୍ମରୁ ୟୁକ୍ରେନରେ ସେମାନଙ୍କ କବଜକୁ କାଟିବା ପାଇଁ ଅନୁରୋଧ କରିଥିଲେ।

ଅସାଧାରଣ ପରିସ୍ଥିତିକୁ ଦର୍ଶାଇ ୟୁଟୁବ କହିଛି ‌ଯେ, ତାଙ୍କର ପ୍ଲାଟଫର୍ମରେ ଅନେକ ଚାନେଲ କାରଣରୁ ମୋନେଟାଇଜେସନ ଉପରେ ରୋକ ଲାଗାଯାଇଛି। ଏହି କାରଣରୁ ଏହି ପ୍ରତିବନ୍ଧକ ଲଗାଯାଇଛି। ଯେଉଁଥିରେ ଋଷିଆର ଅନେକ ଚାନେଲ ସାମିଲ ରହିଛି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଡିସେମ୍ବର ୨୦୧୮ ପର୍ଯ୍ୟନ୍ତ ଦୁଇବର୍ଷ ମଧ୍ୟରେ ୨୬ଟି ୟୁଟ୍ୟୁବ ଚ୍ୟାନେଲରେ ବିଜ୍ଞାପନରୁ ଋଷିଆ ୭ମିଲିୟନରୁ ୩୨ ମିଲିୟନ ଡଲାର ଲାଭ କରିଛି। ଏଭଳି ପରିସ୍ଥିତିରେ ୟୁଟ୍ୟୁବର ଏହି ପଦକ୍ଷେପ ଦ୍ବାରା ଋଷିଆ ସରକାରଙ୍କ ପାଇଁ ଏକ ବଡ଼ ପ୍ରତିବନ୍ଧକ ସୃଷ୍ଟି ହୋଇଛି ବୋଲି କୁହାଯାଉଛି।

 

ସମ୍ବନ୍ଧିତ ଖବର