ନୂଆଦିଲ୍ଲୀ: ବଳପୂର୍ବକ ‘କ୍ୟାପିଟଲ୍ ବିଲ୍ଡିଙ୍ଗ୍’ରେ ପ୍ରବେଶ ଘଟଣା ପରେ ହିଂସାକାଣ୍ଡ ଘଟିବାର ଆଶଙ୍କା ଥିବା ଦର୍ଶାଇ ଅନ୍ୟୂନ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ‘ଗୁଗଲ୍’ର ‘ୟୁଟ୍ୟୁବ୍’ ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ଙ୍କ ‘ଅଫିସିଆଲ୍ ଚାନେଲ୍’କୁ ବ୍ଲକ୍ ବା ଅବରୋଧ କରିଦେଇଛି।
ବିଳମ୍ବିତ ମଙ୍ଗଳବାର ଦିନ କମ୍ପାନି ଟୁଇଟ୍ କରି ଲେଖିଛି, ସମୀକ୍ଷା ପରେ ଭବିଷ୍ୟତରେ ହିଂସାକାଣ୍ଡ ଘଟିବା ଆଶଙ୍କା କରି ତଥା ଆମ ନିୟମ ଉଲ୍ଲଂଘନ କରିଥିବା କାରଣରୁ ଡୋନାଲ୍ଡ୍ ଜେ. ଟ୍ରମ୍ପ୍ଙ୍କ ଚାନେଲ୍ରେ ଅପ୍ଲୋଡ୍ ହୋଇଥିବା ନୂଆ ସୂଚନାସମ୍ବଳିତ ତଥ୍ୟାବଳି ଭିଡି ହଟାଇ ଦେଇଛୁ।
Image Courtesy of BBCନିକଟରେ ଘଟିଯାଇ ଥିବା ହିଂସାକାଣ୍ଡ ସଂକ୍ରାନ୍ତରେ ଟ୍ରମ୍ପ୍ଙ୍କ ଚାନେଲ୍ରେ ଦିଆଯାଇଥିବା ସମସ୍ତ ମନ୍ତବ୍ୟ ବା କମେଣ୍ଟ୍ ସବୁକୁ ମଧ୍ୟ ନିଶ୍ଚିତ ଭାବେ ‘ଡିଜେବଲ୍’ ବା ଅକାମି କରିଦିଆଯିବ ବୋଲି କମ୍ପାନି କହିଛି।
ସିଧାସଳଖ ଆମେରିକୀୟଙ୍କ ସହ ଯୋଗାଯୋଗ କରିବାରେ ସହାୟତା କରୁଥିବା ରାଷ୍ଟ୍ରପତିଙ୍କର ପ୍ରାୟ ସମସ୍ତ ଅନ୍ଲାଇନ୍ ମେଗାଫୋନ୍ଗୁଡ଼ିକୁ ହଟାଇ ଦେବା ପରେ ସଦ୍ୟତମ କଟକଣା ଭାବେ ସାମାଜିକ ଗଣମାଧ୍ୟମ ପ୍ଲାଟ୍ଫର୍ମ ‘ଗୁଗଲ୍’ ଏହି ସଦ୍ୟତମ ପଦକ୍ଷେପ ଗ୍ରହଣ କରିଛି।
Image Courtesy of News18୨.୭୬ ନିୟୁତ ସବ୍ସ୍କ୍ରାଇବର୍ ଥିବା ଏହି ଚାନେଲ୍କୁ ଯଦି ହଟାଇ ଦିଆ ନ ଯାଏ ତେବେ ଦେଶବ୍ୟାପୀ ‘ୟୁଟ୍ୟୁବ୍’କୁ ବର୍ଜନ କରାଯିବ ବୋଲି ‘ସିଭିଲ୍ ରାଇଟ୍ସ୍ ଗ୍ରୁପ୍’ ଧମକ ଦେବା ପରେ କମ୍ପାନି ଏହି ପଦକ୍ଷେପ ଗ୍ରହଣ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/YouTube-Bans-Trumps-Videos_Thumbnail.jpg)