ରେଳଧାରଣାରେ ଷ୍ଟଣ୍ଟ ସୁଟିଂ କରି ୟୁଟ୍ୟୁବରେ ପୋଷ୍ଟ କରିବାରୁ ୟୁଟ୍ୟୁବରଙ୍କୁ ଗିରଫ କଲା ଜିଆରପି

ମୁମ୍ବାଇ: ରେଳଧାରଣାରେ ଷ୍ଟଣ୍ଟ ସୁଟିଂ କରି ଏହାର ଭିଡିଓ ପ୍ରସାରଣ କରିଥିବାରୁ ରେଲୱେ ପୁଲିସ (ଜିଆରପି) ଜଣେ ୟୁଟ୍ୟୁବରଙ୍କୁ ଗିରଫ କରିଛି । ଅଭିଯୁକ୍ତ ୟୁଟ୍ୟୁବରଙ୍କ ନାମ ଇଫି ଖାନ ହୋଇଥିବାବେଳେ ୟୁଟ୍ୟୁବରେ ତାଙ୍କର ପ୍ରାୟ ୪୪.୮ ହଜାର ଅନୁସରଣକାରୀ ଅଛନ୍ତି। ଅଭିଯୋଗ ମୁତାବକ ଖାନ ଏକ ଭିଡିଓ ପୋଷ୍ଟ କରିଥିଲେ ଯେଉଁଥିରେ ସେ ଏକ ରେଳଧାରଣାରେ ଏକ ଆତ୍ମଘାତୀ ଷ୍ଟଣ୍ଟ କରୁଥିବାର ନଜର ଆସିଥିଲେ | ଏହି ଷ୍ଟଣ୍ଟ ଦ୍ୱାରା ଅନ୍ୟକୁ ପ୍ରୋତ୍ସାହିତ କରୁଥିବାର ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି ।

ଶୁକ୍ରବାର ଅପରାହ୍ନରେ ବାନ୍ଦ୍ରା ଏବଂ ଖାର ରେଳ ଷ୍ଟେସନ ମଧ୍ୟରେ ଥିବା ରେଳ ଟ୍ରାକରେ ଏହାକୁ ସୁଟିଂ କରାଯାଇଥିଲା ଓ ଶନିବାର ଅପରାହ୍ନ ୪ ଟାରେ ପୋଷ୍ଟ କରାଯାଇଥିଲା । ଏନେଇ ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଭିଡିଓ ଟ୍ୱିଟ କରିବା ପରେ ଜିଆରପି ପକ୍ଷରୁ ଏକ ମାମଲା ପଞ୍ଜୀକୃତ ହୋଇଥିଲା ଏବଂ ଖାନଙ୍କୁ ବାନ୍ଦ୍ରାସ୍ଥିତ ତାଙ୍କ ଘରୁ ଧାରା ୩୩୬ (ଅନ୍ୟମାନଙ୍କ ଜୀବନ ପ୍ରତି ବିପଦ) ଏବଂ ଭାରତୀୟ ଦଣ୍ଡବିଧି ଆଇନର ୧୮୮ (ଆଦେଶକୁ ଅବମାନନା) ଅନୁଯାୟୀ ଗିରଫ କରାଯାଇଥିଲା।

ତାଙ୍କୁ ଧାରା ୫୦୫ (୧) (ଉତ୍ତେଜନା ଉଦ୍ଦେଶ୍ୟରେ କୌଣସି ପ୍ରସାରଣ) ଏବଂ ଭାରତୀୟ ରେଳ ଆଇନର ଧାରା ୧୪୫ ଏବଂ ୧୪୭ରେ ମାମଲା ଦାୟର କରାଯାଇଛି | ଖାନ କହିଛନ୍ତି ଯେ ତାଙ୍କର ଫଲୋୟର୍ସ ବଢାଇବା ପାଇଁ ସେ ଏହି ଭିଡିଓ ପ୍ରସ୍ତୁତ କରିଛନ୍ତି ଏବଂ ସେ ପ୍ରଥମ ଥର ପାଇଁ ଏପରି ଷ୍ଟଣ୍ଟ କରିଛନ୍ତି।

ସମ୍ବନ୍ଧିତ ଖବର