ଗୁର୍‌ଗାଓଁର ଗଲ୍‌ଫ୍‌ କୋର୍ସ ରୋଡ୍‌ରେ ଟଙ୍କା ଫିଙ୍ଗି ଭିଡିଓ ସୁଟିଙ୍ଗ୍‌ କରିଥିବା ‘ୟୁଟ୍ୟୁବର୍‌’ଙ୍କୁ ଗିରଫ କଲା ପୁଲିସ

ଗୁର୍‌ଗାଓଁ: ବେପରୁଆ ଗାଡ଼ି ଚାଳନା କରିବା ଓ ରାସ୍ତାରେ ଟଙ୍କା ଫିଙ୍ଗୁଥିବା କଥା ସାମାଜିକ ଗଣମାଧ୍ୟମରେ ପୋଷ୍ଟ୍‌ ହୋଇଥିବା ଭିଡିଓରେ ଦେଖିବା ପରେ ମଙ୍ଗଳବାର ଦିନ ପୁଲିସ ଦିଲ୍ଲୀର ଜୋରାବର ସିଂହ କାଲ୍‌ସି ଏବଂ ତାଙ୍କ ବନ୍ଧୁ ଲକି କମ୍ବୋଜଙ୍କୁ ଗିରଫ କରିଛି।

ପୁଲିସ କହିଛି, ସେମାନେ ସାହିଦ୍‌ କପୁର୍‌ ଏବଂ କେ. କେ. ମେନନ୍‌ଙ୍କ ଅଭିନୀତ ‘ୱେବ୍‌ ସିରିଜ୍‌’ ‘ଫର୍ଜି’ର ‘ମନି-ଚେସିଙ୍ଗ୍‌’ (ଟଙ୍କା ଅନୁଧାବନ) ଦୃଶ୍ୟର ପୁନଃସଂରଚନା କରୁଥିଲେ। ଦୃଶ୍ୟଟି ମାର୍ଚ ୨ ତାରିଖରେ ଗୁରୁଗ୍ରାମ୍ ଦେଇ ଯାଇଥିବା ‘ଡିଏଲ୍‌ଏଫ୍‌ ଗଲ୍‌ଫ୍‌ କୋର୍ସ ରୋଡ୍‌’ରେ ଥିବା ‘ଅଣ୍ଡର୍‌ପାସ୍‌’ରେ ଉତ୍ତୋଳନ କରାଯାଇଥିଲା।

ଉକ୍ତ ‘ୱେବ୍‌ ସିରିଜ୍‌’ର ଦୃଶ୍ୟାବଳିକୁ ପୁନଃସଂରଚନା କରିବା ପ୍ରଚେଷ୍ଟାରେ ମାସ୍କ୍‌ ପିନ୍ଧିଥିବା ଲକି କମ୍ବୋଜ୍‌ କାର୍‌ର ପଛ ଡିଗିରୁ ନଗଦ ଟଙ୍କା ଫୁଙ୍ଗୁଥିବା ବେ‌ଳେ ଜୋରାଭର୍‌ କାଲ୍‌ସି ଉକ୍ତ କାର୍‌ଟିକୁ ଚଳାଉଥିଲେ। ନିଜ ନିଜର ସାମାଜିକ ଗଣମାଧ୍ୟମ ହ୍ୟାଣ୍ଡେଲ୍‌ରେ ପୋଷ୍ଟ୍‌ କରିଥିଲେ। କିନ୍ତ, ପରେ ସେ ପୋଷ୍ଟ୍‌କୁ ସେମାନେ ଡିଲିଟ୍‌ କରିଦେଇଥିଲେ।

Image Courtesy of Times of India

ସାମାଜିକ ଗଣମାଧ୍ୟମରେ ଉକ୍ତ ଭିଡିଓ ଭାଇରାଲ୍‌ ହେବା ପରେ ପୁଲିସ ନିଜ ତରଫରୁ ତଦନ୍ତ ଆରମ୍ଭ କରି ସେମାନଙ୍କ ନାଁରେ ବିପଜ୍ଜନକ ଗାଡ଼ି ଚାଳନା ଓ ଅନ୍ୟମାନଙ୍କ ଜୀବନ ବିପନ୍ନ କରୁଥିବା ଦର୍ଶାଇ ମୋଟର୍‌ ଯାନ ଆଇନ ଅନୁଯାୟୀ ମାମଲା ରୁଜୁ କରିଛି।

କାଲ୍‌ସୀ ପୁଲିସକୁ କହିଛନ୍ତି ଯେ, ଘଟଣାଟି କେବଳ ଦୃଶ୍ୟ ଉତ୍ତୋଳନ ପାଇଁ ଆୟୋଜନ କରାଯାଇଥିଲା। ପୁଣି ସେମାନେ ଫିଙ୍ଗିଥିବା ଟଙ୍କା ସବୁ ଥିଲା ଜାଲ୍‌ ନୋଟ୍‌।

ଏହି ମାମଲାରେ ସେମାନଙ୍କୁ ଜାମିନ ମିଳିବ ସତ, କିନ୍ତୁ ଅନ୍ୟମାନଙ୍କୁ ସତର୍କ କରାଇବା ଲାଗି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର