ହିନ୍ଦୁ ଦେବାଦେବୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବାରୁ ଗିରଫ ହେଲେ ୟୁଟ୍ୟୁବର ହିର ଖାନ

ନୂଆଦିଲ୍ଲୀ: ହିନ୍ଦୁ ଦେବତାମାନଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇଆସୁଥିବା ହିର ଖାନ ନାମକ ମହିଳାଙ୍କୁ ଉତ୍ତରପ୍ରଦେଶର ପ୍ରୟାଗରାଜରୁ ଗିରଫ କରାଯାଇଛି। ଅଭିଯୋଗ ମୁତାବକ ହିର ଖାନ ନିଜର ଏକ ୟୁଟ୍ୟୁବ ଚ୍ୟାନେଲ କରିଥିଲେ ଯେଉଁଥିରେ ସେ ଏକ ଭିଡିଓ ପୋଷ୍ଟ କରିଥିଲେ | ସେ ହିନ୍ଦୁ ଦେବତାଙ୍କ ବିରୁଦ୍ଧରେ ଅଶ୍ଳୀଳ ମନ୍ତବ୍ୟ ଦେଇଥିଲେ। ଭିଡିଓ ଭାଇରାଲ ହେବା ପରେ ସୋସିଆଲ ମିଡିଆରେ ହିର ଖାନଙ୍କୁ ଗିରଫ କରିବାକୁ ଦାବି ହୋଇଥିଲା। ହିର ଖାନଙ୍କର ‘ବ୍ଲାକ୍ ଡେ ୫ ଅଗଷ୍ଟ’ ନାମକ ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ଅଛି |

ଅଗଷ୍ଟ ୨୩ ରେ, ସେ ଏକ ଭିଡିଓ ପୋଷ୍ଟ କରିଥିଲେ ଯେଉଁଥିରେ ହିନ୍ଦୁ ଦେବତାମାନଙ୍କ ଉପରେ ଅଶାଳୀନ ଭାଷା ବ୍ୟବହାର କରାଯାଇଥିଲା। ତାଙ୍କ ଭିଡିଓରେ ହିର ଖାନ ଏହା ମଧ୍ୟ ଦାବି କରିଥିଲେ ଯେ ଯଦି କେହି ଇସଲାମ ବିରୁଦ୍ଧରେ କିଛି କୁହନ୍ତି ତେବେ ମୁସଲମାନମାନେ ଚୁପ୍ ରହିବେ ନାହିଁ। ସୋସିଆଲ ମିଡିଆରେ ତାଙ୍କ ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି।

ଅଗଷ୍ଟ ୨୪ ରେ ଅପଲୋଡ୍ ହୋଇଥିବା ଅନ୍ୟ ଏକ ଭିଡିଓରେ ହିର ଖାନ ଦାବି କରିଥିଲେ ଯେ ସେ ଗତ ଦୁଇ ବର୍ଷ ଧରି ହିନ୍ଦୁ ଦେବତାଙ୍କ ପ୍ରତି ଅଶାଳୀନ ଭାଷା ବ୍ୟବହାର କରୁଛନ୍ତି, କିନ୍ତୁ ତାଙ୍କ ବିରୋଧରେ କେହି ପଦକ୍ଷେପ ନେଇ ନାହାଁନ୍ତି। ସୂଚନା ଥାଉ କି ଅଗଷ୍ଟ ୫ରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ହୋଇଥିବା ଭୁମିପୁଜନ କାର୍ଯ୍ୟକ୍ରମକୁ ବିରୋଧ କରି ସେ ତାଙ୍କ ଚ୍ୟାନେଲର ନାମ ‘ବ୍ଲାକ ଡେ ୫ ଅଗଷ୍ଟ’ ମଧ୍ୟ ରଖିଥିଲେ।

ସମ୍ବନ୍ଧିତ ଖବର