ମୁମ୍ବାଇ: ନିଜକୁ ସାମ୍ବାଦିକ ଭାବରେ ପରଚୟ ଜଣେ ମଡେଲ ଏବଂ ୟୁଟ୍ୟୁବର୍ ସୋସିଆଲ ମିଡିଆରେ ମହିଳାଙ୍କ ବିରୋଧରେ ଅଶାଳୀନ ବିଷୟବସ୍ତୁ ପୋଷ୍ଟ କରିବା ତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଏହି ଅଭିଯୋଗରେ ମଙ୍ଗଳବାର ମୁମ୍ବାଇ ପୁଲିସ ତାଙ୍କୁ ଗିରଫ କରିଛି।
ହସ୍ତଗତ ହୋଇଥିବା ରିପୋର୍ଟରୁ ପ୍ରକାଶ, ନିଜକୁ ସାମ୍ବାଦିକ ସାହିଲ ଚୌଧୁରୀ ଓ ପ୍ରଦୀପ ମହିନ୍ଦର ସିଂହ ଚୌଧୁରୀ ନାମରେ ପରିଚୟ କରାଇ ସଂପୃକ୍ତ ମଡେଲ ଏବଂ ୟୁଟ୍ୟୁବର୍ ଯୁବକ ଜଣକ ନିଜର ଏକ ୟୁଟ୍ୟୁବ ଚ୍ୟାନେଲ ଆରମ୍ଭ କରିଥିଲେ। ଏହି ୟୁଟ୍ୟୁବ୍ ଚ୍ୟାନେଲରେ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଠାରୁ ଆରମ୍ଭ କରି ଆହୁରି ଅନେକ ପ୍ରସଙ୍ଗରେ ଭିଡିଓ ଅପ୍ଲୋଡ୍ କରିଥିଲେ। ତେବେ, ଏହି ଚ୍ୟାନେଲରେ ମହିଳାଙ୍କ ଉପରେ ଅଶାଳୀନ ଓ ଆପତ୍ତିଜନକ କିଛି ଭିଡିଓ ଅପ୍ଲୋଡ୍ କଲାପରେ ଏ ସଂପର୍କରେ ତାଙ୍କ ବିରୋଧରେ ମୁମ୍ବାଇ ପୁଲିସ୍ ନିକଟରେ ଜଣେ ମହିଳା ଅଭିଯୋଗ କରିଥିଲେ।
/sambad/media/post_attachments/wp-content/uploads/2020/09/Youtuber1.jpg)
ଏହି ଅଭିଯୋଗ ଉପରେ ତଦନ୍ତ ଆରମ୍ଭ କରି ମୁମ୍ବାଇ ପୁଲିସ୍ ଆଜି ରାଜଧାନୀ ଦିଲ୍ଲୀରୁ ସଂପୃକ୍ତ ଅଭିଯୁକ୍ତ ମଡେଲ ଏବଂ ୟୁଟ୍ୟୁବର୍ ଯୁବକ ଜଣଙ୍କୁ ଗିରଫ କରିଛି। ସଂପୃକ୍ତ ଯୁବକ ଜଣଙ୍କର ଘର ହରିୟାଣାର ଫରିଦାବାଦରେ ବୋଲି ପୁଲିସ ସୂଚନା ଦେଇଛି। ପୁଲିସ୍ କହିଛି ଯେ ଗିରଫ ଯୁବକ ଜଣଙ୍କ ସାମ୍ବାଦିକ ନୁହଁନ୍ତି। ଇନଷ୍ଟାଗ୍ରାମ ଭଳି ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ନିଜର ଅନୁଗାମୀ ବୃଦ୍ଧି ପାଇଁ ସେ ଏଭଳି ଭିଡିଓ ଅପଲୋଡ୍ କରୁଥିଲେ।
ଗିରଫ କରିବା ପରେ ପୁଲିସ୍ ତାଙ୍କୁ ଦିଲ୍ଲୀରୁ ମୁମ୍ବାଇକୁ ଆଣିବା ସହ ତାଙ୍କ ବିରୋଧରେ ଆଇପିସିର ୫୦୯, ୫୦୫ (୨), ୫୦୦, ୫୦୧, ୫୦୪ ଓ ୩୪ ଓ ସୂଚନା ପ୍ରଯୁକ୍ତି ଅଧିନିୟମ, ୨୦୦୦ର ଧାରା ୬୭ ଅନୁଯାୟୀ ଏକ ମାମଲା ଆଗତ କରି ଏସଂପର୍କରେ ଅଧିକ ତଦନ୍ତ ଜାରି ରଖିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/Youtuber.jpg)