ପାଗଳ କଲା ଭିଡିଓ ନିଶା, ଜେଜେବାପାଙ୍କ ମୃତ୍ୟୁ ପରର ଭିଡିଓ କରି ଟ୍ରୋଲ ହେଲେ ୟୁଟ୍ୟୁବର

ନୂଆଦିଲ୍ଲୀ: ବର୍ତ୍ତମାନ ୟୁଟ୍ୟୁବର ଯୁଗ ହୋଇଥିବାବେଳେ ଆଜିକାଲି କିଛି ବ୍ୟକ୍ତି ସଫଳ ୟୁଟ୍ୟୁବର୍ ହେବାକୁ ଚେଷ୍ଟା କରୁଛନ୍ତି | ତେବେ ଜଣେ ସଫଳ ୟୁଟ୍ୟୁବର ହେବାକୁ ଦୀର୍ଘ ସମୟ ସହ ଧୈର୍ଯ୍ୟର ଆବଶ୍ୟକତା ଥିବାବେଳେ ବେଳେବେଳେ ସଫଳତାର ସିଢି ଶୀଘ୍ର ଚଢ଼ିବାକୁ କିଛି ବ୍ୟକ୍ତି ଏଭଳି କିଛି କରୁଛନ୍ତି ଯାହାକି ସବୁ ସୀମାକୁ ଟପିଯାଉଛି | ଆଜି ଆମେ ଆପଣଙ୍କୁ ଏମିତି ଜଣେ ୟୁଟ୍ୟୁବରଙ୍କ ବାବଦରେ କହିବୁ ଯିଏ କି ସବୁ ସୀମା ପାର କରିଦେଇଥିଲେ, ଆଉ ଏଥିପାଇଁ ସେ ଟ୍ରୋଲର ମଧ୍ୟ ଶିକାର ହୋଇଛନ୍ତି | ଏହି ୟୁଟ୍ୟୁବରଙ୍କ ନାମ ନେଉଛି ଲକ୍ଷ୍ୟ ଚୌଧୁରୀ | ତେବେ ନିକଟରେ ସେ ଏମିତି ଏକ ଭିଡିଓ ପୋଷ୍ଟ କରିଥିଲେ ଯାହାକୁ ନେଇ ଅଧିକାଂଶ ଲୋକ ତାଙ୍କୁ ସମାଲୋଚନା କରିଥିଲେ |

ସ୍ଥିତି ଏମିତି ହୋଇଥିଲା ଯେ ଲକ୍ଷ୍ୟ ନିଜର ୟୁଟ୍ୟୁବ ଚ୍ୟାନେଲର ନାମ ମଧ୍ୟ ପରିବର୍ତ୍ତନ କରିବାକୁ ବାଧ୍ୟ ହୋଇଥିଲେ | ମିଳିଥିବା ସୂଚନା ମୁତାବକ ନିକଟରେ ଲକ୍ଷ୍ୟ ତାଙ୍କ ଜେଜେବାପାଙ୍କ ମୃତ୍ୟୁ ପରେ ଏକ ଭିଡିଓ ପ୍ରସ୍ତୁତ କରି ପୋଷ୍ଟ କରିଥିଲେ | ଏହି ସମୟରେ ଅନ୍ତିମ ସଂସ୍କାରରେ ଯୋଗ ଦେବାକୁ ଆସିଥିବା ଲୋକଙ୍କ ସହ ସେ ହସୁଥିବାର ନଜର ଆସିଥିଲେ | ଏହାକୁ ନେଇ ଲୋକମାନେ ତାଙ୍କୁ ଟ୍ରୋଲ କରିଥିଲେ | ନିଜ ଜେଜେବାପାଙ୍କ ମୃତ୍ୟୁରେ କେମିତି ହସିପାରୁଛ, ବ୍ଲଗ ପାଇଁ ମାନବିକତା କୁଆଡେ ଗଲା ଭଳି ପ୍ରଶ୍ନ କରିଥିଲେ | ତେବେ ଏତେ ସଂଖ୍ୟକ ଲୋକ ତାଙ୍କୁ ସମାଲୋଚନା କରିଥିଲେ ଯେ ସେ ବାଧ୍ୟ ହୋଇ ତାଙ୍କ ଭିଡିଓର ଟାଇଟଲ୍ ବଦଳାଇଦେଇଥିଲେ | ତଥାପି ଏକ ଟୁଇଟର ଆକାଉଣ୍ଟରେ ପୁରୁଣା ଭିଡିଓ ପୋଷ୍ଟ ହୋଇଥିବାବେଳେ ଏହା ଭାଇରାଲ ହୋଇଥିଲା |

ସମ୍ବନ୍ଧିତ ଖବର