ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ପୂର୍ବ ୱାଇଏସ୍ ଜଗନ ମୋହନ ରେଡ୍ଡୀ ସରକାରଙ୍କ ବିରୋଧରେ ଶାସକ ତେଲୁଗୁ ଦେଶମ୍ ପାର୍ଟି (ଟିଡିପି) ଦୁର୍ନୀତି ଅଭିଯୋଗ ଆଣିଛି। ଟିଡିପି ଅଭିଯୋଗ କରିଛି ଯେ ରେଡ୍ଡୀଙ୍କ ନେତୃତ୍ୱାଧୀନ ପୂର୍ବ ସରକାର ସୌର ଶକ୍ତି ନିଗମ (ଏସଇସିଆଇ) ମାଧ୍ୟମରେ ଆଦାନୀ ଗ୍ରୁପ୍ ଠାରୁ ବିଦ୍ୟୁତ୍ କିଣିବା ପାଇଁ ଏକ ଗୁପ୍ତ ଚୁକ୍ତି କରିଥିଲେ। ଏବେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନ ମୋହନ ରେଡ୍ଡୀ ତାଙ୍କ କାର୍ଯ୍ୟକାଳରେ ସୌର ଶକ୍ତି ଚୁକ୍ତି ସମ୍ପର୍କିତ ଲାଞ୍ଚ ଅଭିଯୋଗକୁ ଗୁଜବ ବୋଲି ଖଣ୍ଡନ କରିଛନ୍ତି। ବିଜୁଳି ଚୁକ୍ତିରେ ଆଦାନୀ ଗ୍ରୁପର କୌଣସି ସମ୍ପୃକ୍ତି ନାହିଁ ବୋଲି ରେଡ୍ଡୀ ସ୍ପଷ୍ଟ କରିଛନ୍ତି।

Advertisment

ଶୁକ୍ରବାର ଗଣମାଧ୍ୟମ ସହ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ  ଜଗନ ମୋହନ ରେଡ୍ଡୀ କହିଛନ୍ତି ଯେ ଆମେ ଭାରତୀୟ ସୌର ଶକ୍ତି ନିଗମ ସହିତ ସିଧାସଳଖ ଚୁକ୍ତି କରିଛୁ । ଏହି ଚୁକ୍ତି ସ୍ୱଚ୍ଛ ଏବଂ ଆଇନଗତ ଭାବେ ଅନୁମୋଦିତ ହୋଇଥିଲା। ଏଥିରେ ଆଦାନୀ କିମ୍ବା କୌଣସି ଘରୋଇ କମ୍ପାନି ସମ୍ପୃକ୍ତ ନଥିଲେ।

ସେ କହିଛନ୍ତି ଯେ ୨୦୧୯ରେ ସେ ଯେତେବେଳେ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ହେଲେ, ସେତେବେଳେ ସେ ରାଜ୍ୟକୁ ନିବେଶ ଆଣିବାକୁ ଦେଶର ବଡ଼ ବଡ଼ ଶିଳ୍ପପତି ଓ ବ୍ୟବସାୟୀଙ୍କ ସହ ସାକ୍ଷାତ କରିଥିଲେ । ସେମାନଙ୍କ ମଧ୍ୟରେ ଗୌତମ ଆଦାନୀ ବି ଥିଲେ । ଲାଞ୍ଚ ମାମଲାରେ ଯାହାବି ରିପୋର୍ଟ ଆସୁଛି ସବୁ ଗୁଜବ ବୋଲି ସେ କହିଛନ୍ତି ।