ୱାଇଏସ୍‌ ଶର୍ମିଳାଙ୍କୁ ‘ବଳପୂର୍ବକ’ ହସ୍ପିଟାଲ ସ୍ଥାନାନ୍ତର

ହାଇଦ୍ରାବାଦ : ତେଲେଙ୍ଗାନା ପୁଲିସ ପଦଯାତ୍ରା ପାଇଁ ଅନୁମତି ନଦେବାରୁ ଆମରଣ ଅନଶନରେ ବସିଥିବା ୱାଇଏସ୍‌ଆର୍‌ଟିପି ‌ସୁପ୍ରିମୋ ୱାଇ ଏସ୍‌ ଶର୍ମିଳାଙ୍କୁ ରବିବାର ଦିନ ବଳପୂର୍ବକ ହାଇଦ୍ରାବାଦର ଏକ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ତେବେ ଅନଶନସ୍ଥଳରୁ ଶର୍ମିଳାଙ୍କୁ ଯେଭଳି ଭାବେ ପୁଲିସ ଉଠାଇ ନେଲା ତାହାକୁ ବିଭିନ୍ନ ମହଲ କଡ଼ା ସମାଲୋଚନା କରିଛନ୍ତି।

ତେଲେଙ୍ଗାନାରେ କେସିଆର୍‌ ସରକାର ବିରୋଧରେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡିଙ୍କ ଭଉଣୀ ଶର୍ମିଳା ଚଳାଇଥିବା ଜନସେଚତନତା ଯାତ୍ରାକୁ ଭଣ୍ଡୁର କରବା ପାଇଁ ପୂର୍ବରୁ ଅନେକ ଉଦ୍ୟମ ହୋଇଥିବା ବେଳେ ଆଜି ଅନଶନସ୍ଥଳରୁ ଶର୍ମିଳାଙ୍କୁ ବଳପୂର୍ବକ ହସ୍ପିଟାଲ ସ୍ଥାନାନ୍ତରକୁ ନେଇ ଦଳୀୟ କର୍ମୀମାନେ ଜୋରଦାର ପ୍ରତିବାଦ କରିଛନ୍ତି। ତେବେ ପୁଲିସ କହିଛି ଯେ ଶର୍ମିଳାଙ୍କ ସ୍ବାସ୍ଥ୍ୟରେ ଅବନତିକୁ ରୋକିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି।

ସମ୍ବନ୍ଧିତ ଖବର