ୱାଇଏସ୍ ଶର୍ମିଲା କେସିଆର୍‌ଙ୍କୁ ଜୋତା ଉପହାର ଯାଚିଲେ

ତାଙ୍କ ସହ ପଦଯାତ୍ରାରେ ସାମିଲ ହେବାକୁ ଆହ୍ବାନ ଦେଲେ

ହାଇଦ୍ରାବାଦ : ଯୁବଜନ ଶ୍ରମିକ ରଇତୁ ତେଲେଙ୍ଗାନା ପାର୍ଟି (ୱାଇଏସ୍‌ଟିଆର୍‌ପି) ମୁଖ୍ୟ ୱାଇଏସ୍ ଶର୍ମିଲା ଗୁରୁବାର ଗଣମାଧ୍ୟମ ଆଗରେ ଏକ ଜୋତାବାକ୍ସ ଖୋଲି ଦେଖାଇ କହିଛନ୍ତି ଯେ ସେ ଏହି ଜୋତା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କୁ ଉପହାର ଦେବେ। ଗୁରୁବାରଠାରୁ ତାଙ୍କର ବନ୍ଦ ହୋଇଥିବା ପଦଯାତ୍ରା ସେହିଠାରୁ ପୁଣି ଆରମ୍ଭ ହେଉଥିବା ବେଳେ ଏହି ଯାତ୍ରାରେ ସେ କେସିଆର୍‌ଙ୍କୁ ସାମିଲ ହେବାକୁ ଆହ୍ବାନ କରିଥିଲେ।

ଶର୍ମିଲା କହିଥିଲେ- ଏହା ହେଉଛି ‘ବଙ୍ଗାରୁ ତେଲେଙ୍ଗାନା’। ଏଠି କୌଣସି ସମସ୍ୟା ନାହିଁ। ସେ ମୋ ସହ ପଦଯାତ୍ରାରେ ଚାଲନ୍ତୁ। ମୁଁ ତାଙ୍କୁ ଆହ୍ବାନ କରୁଛି। ଯଦି ତାଙ୍କ କହିବା ଅନୁସାରେ ରାଜ୍ୟରେ କୌଣସି ସମସ୍ୟା ନାହିଁ, ତେବେ ମୁଁ ରାଜନୀତିରୁ ସନ୍ନ୍ୟାସ ନେବି। … କିନ୍ତୁ ଏହା ସତ ନୁହେଁ। କେସିଆର୍‌ଙ୍କୁ ଇସ୍ତଫା ଦେଇ ଲୋକଙ୍କୁ କ୍ଷମା ମାଗିବାକୁ ପଡ଼ିବ। ସେ ଜଣେ ଦଳିତଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ଯେଉଁ ପ୍ରତିଶ୍ରୁତି ଦେଇଛନ୍ତି ତାହା ପୂରଣ କରିବାକୁ ପଡ଼ିବ। କେସିଆର୍‌ ଅନେକ ବଡ଼ବଡ଼ ପ୍ରତିଶ୍ରୁତି ଦେଇଛନ୍ତି କିନ୍ତୁ କୌଣସି ଗୋଟିଏ ବି ପୂରଣ କରିନାହାନ୍ତି ବୋଲି ୱାଇଏସ୍‌ଟିଆର୍‌ପି ନେତ୍ରୀ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର