ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ପାହ୍ୟା ଦାବି:ଓ୍ଵାଇଏସ୍‌ଆରସି ସାଂସଦ ଇସ୍ତଫା ଦେବେ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ପାହ୍ୟା ଦାବିରେ ଆରମ୍ଭ ହୋଇଥିବା ରାଜନୀତି ଆଜି ଭିନ୍ନ ମୋଡ଼ ନେଇଛି। ରାଜ୍ୟକୁ ସ୍ୱତନ୍ତ୍ର ପାହ୍ୟା ନମିିଳିଲେ ଓ୍ଵାଇଏସ୍‌ଆର୍‌ କଂଗ୍ରେସର ୭ ଜଣ ଯାକ ଲୋକସଭା ସାଂସଦ ଇସ୍ତଫା ଦେବେ ବୋଲି ଦଳ ଧମକ ଦେଇଛି। ସଂସଦର ଚଳିତ ବଜେଟ୍‌ ଅଧିବେଶନର ଶେଷ ଦିନରେ ହିଁ ଏହି ସାଂସଦମାନେ ସେମାନଙ୍କ ଇସ୍ତଫାପତ୍ର ଦେବେ। ଅପରପକ୍ଷେ, ଓ୍ଵାଇଏସଆର୍‌ ଆରମ୍ଭ କରିଥିବା ଏହି ସମୂହ ଇସ୍ତଫା ଅଭିଯାନରେ ରାଜ୍ୟର ଶାସକ ଟିଡିପି ମଧ୍ୟ ସାମିଲ ହେବାକୁ ଓ୍ଵାଇଏସଆର୍‌ କଂଗ୍ରେସ ଆହ୍ଵାନ କରିଛି। ଉଲ୍ଳେଖଯୋଗ୍ୟ, ୨୦୧୪ ମସିହା ନିର୍ବାଚନରେ ଏହି ସ୍ୱତନ୍ତ୍ର ପାହ୍ୟା ପ୍ରସଙ୍ଗ ଉଠାଇ ଟିଡିପି-ବିଜେପି ମେଣ୍ଟ ବିଜୟୀ ହୋଇଥିବା ବେଳେ ବିଜେପି ନେତୃତ୍ୱାଧୀନ କେନ୍ଦ୍ରର ଏନ୍‌ଡିଏ ସରକାର ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ପାହ୍ୟା ନଦେବାରୁ ଟିଡିପି ନିକଟରେ ଏନ୍‌ଡିଏରୁ ଓହରିଯାଇଛି। ଏବେ ଟିଡିପିର ୧୧ ଜଣ ଲୋକସଭା ସାଂସଦ ରହିଛନ୍ତି।

ସମ୍ବନ୍ଧିତ ଖବର