ଟ୍ରାକ୍ଟର ସାହାଯ୍ୟରେ ଋଷ ଟ୍ୟାଙ୍କକୁ ଟାଣିନେଇଗଲେ ୟୁକ୍ରେନ ଚାଷୀ

ନୂଆଦିଲ୍ଲୀ: ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ସମୟରେ ଅନେକ କାହାଣୀ ସାମ୍ନାକୁ ଆସୁଛି | ଯୁଦ୍ଧ ଚାଲିଥିବାବେଳେ ଏବେ ୟୁକ୍ରେନର ସାଧାରଣ ନାଗରିକ ବନ୍ଧୁକ ଉଠାଇବାର ଭିଡିଓ ସାମ୍ନାକୁ ଆସିଛି | ଏହା ବାଦ ୟୁକ୍ରେନ ରାଷ୍ଟ୍ରପତିଙ୍କ ସାହସିକତା ବିଷୟରେ ମଧ୍ୟ ଆଲୋଚନା ଚାଲିଛି । ଏସବୁ ମଧ୍ୟରେ, ଏପରି ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଜଣେ ୟୁକ୍ରେନ କୃଷକ ତାଙ୍କ ଟ୍ରାକ୍ଟରରେ ଋଷ ଟ୍ୟାଙ୍କକୁ ବାନ୍ଧି ନେଇଯାଉଛନ୍ତି ।


ଏହି ଭିଡିଓରେ ଦେଖାଯାଉଛି ଯେ ଏକ ଟ୍ୟାଙ୍କକୁ ଜଣେ ବ୍ୟକ୍ତି ଟ୍ରାକ୍ଟରରେ ବାନ୍ଧି ଟାଣି ନେଉଛନ୍ତି ଏବଂ ଜଣେ ବ୍ୟକ୍ତି ଏହା ପଛରେ ଦୌଡୁଛନ୍ତି | ଏହି ଭିଡିଓଟିକୁ ଅଷ୍ଟ୍ରିଆରେ ଥିବା ୟୁକ୍ରେନ ରାଷ୍ଟ୍ରଦୂତ ସେୟାର କରିଛନ୍ତି | ଯାହାକି ଏବେ ଭାଇରାଲ ହେବାରେ ଲାଗିଛି | ଏହି ଭିଡିଓର କ୍ୟାପସନରେ, ୟୁକ୍ରେନ ରାଷ୍ଟ୍ରଦୂତ ଲେଖିଛନ୍ତି ଯେ ଯଦି ଏହା ସତ ହୋଇଥାଏ, ତେବେ ଏହା ପ୍ରଥମ ଟ୍ୟାଙ୍କ ହେବ ଯାହାକୁ ଜଣେ କୃଷକ ଚୋରି କରିଛି |

ସମ୍ବନ୍ଧିତ ଖବର