କିଭ: ରୁଷ-ୟୁକ୍ରେନ ଯୁଦ୍ଧର ୬ ଦିନ ମଧ୍ୟରେ ୫ ଲକ୍ଷରୁ ଅଧିକ ଲୋକ ୟୁକ୍ରେନ୍ ଛାଡ଼ି ଅନ୍ୟ ଦେଶକୁ ଚାଲି ଯାଉଛନ୍ତି। ୟୁକ୍ରେନ୍ ରାଜଧାନୀ କିଭ ସମେତ ଅନ୍ୟାନ୍ୟ ପ୍ରମୁଖ ସହରରେ ରୁଷ୍ ଲଗାତାର ମିସାଇଲ୍ ମାଡ଼ କରୁଥିବାବେଳେ ଲୋକ ପ୍ରାଣ ବିକଳରେ ଦେଶ ଛାଡ଼ି ଦେଉଛନ୍ତି। ଋଷର ଆକ୍ରମଣ ହେତୁ ୟୁକ୍ରେନର ଲୋକମାନେ ପଡୋଶୀ ଦେଶରେ ଆଶ୍ରୟ ନେଉଛନ୍ତି। ଏପର୍ଯ୍ୟନ୍ତ ୫ ଲକ୍ଷ ୨୦ ହଜାର ଲୋକ ପୋଲାଣ୍ଡ ଏବଂ ଅନ୍ୟ ପଡୋଶୀ ଦେଶକୁ ଯାଇଛନ୍ତି। ମିଳିତ ଜାତିସଂଘର ଶରଣାର୍ଥୀ ଏଜେନ୍ସି କହିଛି ଯେ ୨ ଲକ୍ଷ ୮୧ ହଜାର ଲୋକ ପୋଲାଣ୍ଡ ଯାଇଥିବାବେଳେ ୮୪ ହଜାର ୫୦୦ ରୁ ଅଧିକ ଲୋକ ହଙ୍ଗେରୀ ଚାଲିଯାଇଛନ୍ତି |
ସେହିପରି ମୋଲଡୋଭାରେ ପ୍ରାୟ ୩୬ ହଜାର ୪୦୦ ଲୋକ, ରୋମାନିଆରେ ୩୨,୫୦୦ରୁ ଅଧିକ ଲୋକ ଏବଂ ସ୍ଲୋଭାକିଆରେ ପ୍ରାୟ ୩୦ ହଜାର ଲୋକ ଆଶ୍ରୟ ନେଇଛନ୍ତି। । ଏହା ବ୍ୟତୀତ ଲୋକମାନେ ପୋଲାଣ୍ଡକୁ ପ୍ରବେଶ କରିବା ପାଇଁ ୪୦ ଘଣ୍ଟା ଧରି ସୀମାରେ ଅପେକ୍ଷା କରିଛନ୍ତି | କେବଳ ଏତିକି ନୁହେଁ, ୧୪ କିଲୋମିଟର କାରର ଏକ ଲମ୍ବା ଧାଡି ମଧ୍ୟ ଲାଗିଛି |
ପୋଲାଣ୍ଡ, ସ୍ଲୋଭାକିଆ, ହଙ୍ଗେରୀ, ରୋମାନିଆ ଏବଂ ମଲଡୋଭାର ଅଧିକାରୀମାନେ ୟୁକ୍ରେନମାନଙ୍କୁ ଗ୍ରହଣ କରିବା ଏବଂ ସେମାନଙ୍କୁ ଆଶ୍ରୟ, ଖାଦ୍ୟ ଏବଂ ଆଇନଗତ ସହାୟତା ଯୋଗାଇବା ପାଇଁ ସୀମାରେ ଅପେକ୍ଷା କରିଛନ୍ତି | ୟୁକ୍ରେନ ଛାଡୁଥିବା ଲୋକଙ୍କ ମଧ୍ୟରୁ ଅଧିକାଂଶ ମହିଳା ଏବଂ ଶିଶୁ ଥିବାବେଳେ ୧୮ ରୁ ୬୦ ବର୍ଷ ବୟସର ସମସ୍ତ ପୁରୁଷଙ୍କୁ ୟୁକ୍ରେନ ଛାଡିବାକୁ ବାରଣ କରାଯାଇଛି |