କୋଲାକାତା: ଟିମ୍ ଇଣ୍ଡିଆର ବିଶ୍ୱକପ୍ ବିଜେତା ସୁରେଶ ରୈନା, ଯୁବରାଜ ସିଂ ଏବଂ ହରଭଜନ ସିଂ ବର୍ତ୍ତମାନ ଅସୁବିଧାରେ ପଡ଼ିଛନ୍ତି। ଦିବ୍ୟାଙ୍ଗ ଅଧିକାର ଗୋଷ୍ଠୀ ତାଙ୍କୁ ଏକ ଭିଡିଓରେ ଦିବ୍ୟାଙ୍କଙ୍କୁ ପରିହାସ କରିଥିବା ନେଇ ସମାଲୋଚନା କରିଛନ୍ତି। ବାସ୍ତବରେ ସୁରେଶ ରୈନା, ଯୁବରାଜ ସିଂ ଏବଂ ହରଭଜନ ସିଂ ନିକଟରେ ରିଲିଜ୍ ହୋଇଥିବା ଭିକି କୌଶଲଙ୍କ ଗୀତ ତୋବା-ତୋବା ଉପରେ ଏକ ରିଲ୍ ସେୟାର କରିଥିଲେ।

Advertisment

ଭିଡିଓରେ, ତିନିଜଣ କ୍ରିକେଟର ଅତି ମଜାଳିଆ ଶୈଳୀରେ ଗୀତର ଷ୍ଟେପ୍ କରୁଛନ୍ତି। ଯାହା ଭାଇରାଲ୍ ହେବାରେ ଲାଗିଛି କିନ୍ତୁ ତାଙ୍କର ଏହି ଶୈଳୀ ବର୍ତ୍ତମାନ ତାଙ୍କ ପାଇଁ ମହଙ୍ଗା ପଡିଛି।

ବିଶ୍ୱ ଚାମ୍ପିଅନସିପରେ ଚାମ୍ପିଅନ୍ ହେବା ପରେ ଇଣ୍ଡିଆ ଚାମ୍ପିଅନ୍ସଙ୍କ ଡ୍ରେସିଂ ରୁମର ଏକ ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ସେୟାର କରାଯାଇଥିଲା। ଭିଡିଓରେ ଯୁବରାଜ ସିଂ, ହରଭଜନ ସିଂ ଏବଂ ରୈନା ଛୋଟେ ଛୋଟେଇ ଚାଲି ନିଜ ପିଠିକୁ ଛୁଇଁବାର ଦେଖିବାକୁ ମିଳୁଛି।

ବାସ୍ତବରେ, ପୂର୍ବତନ କ୍ରିକେଟରମାନେ ଗୀତର ତାଳେତାଳେ ଛୋଟେ ଛୋଟେଇ ଚାଲି ପ୍ରଦର୍ଶନ କରୁଛନ୍ତି ଯେ, ଭତ ଏକମାସ ଧରି ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିବା ଯୋଗୁ ସେମାନଙ୍କ ଶରୀର ଉପରେ ପ୍ରଭାବ ପଡ଼ିଛି।

ଭିଡିଓ ସହିତ ଟାଇଟଲ୍ ଲେଖାଯାଇଛି, ଲିଜାଣ୍ଡ କ୍ରିକେଟ୍‌ର ୧୫ ଦିନ ମଧ୍ୟରେ ଶରୀର ପ୍ରତିପ୍ରତ୍ୟଙ୍ଗ ଭାଙ୍ଗି ଯାଇଛି। ଆମର ଭାଇ ଭିକି କୌଶଲ ଏବଂ କରଣ ଔଜଲାଙ୍କ ପାଇଁ ସିଧାସଳଖ ଆହ୍ବାନ ତୋବା-ତୋବା ଗୀତର ସଂସ୍କରଣ ସହିତ।

ହରଭଜନ ସିଂ ତାଙ୍କ ଇନଷ୍ଟାଗ୍ରାମରେ ଏହି ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ଯୁବରାଜ ସିଂ ପ୍ରଥମେ ପ୍ରବେଶ କରୁଛନ୍ତି । ୟୁଭି ଛୋଟେ ଛୋଟେଇ ଚାଲି ଗେଟ୍ ଭିତରକୁ ଆସୁଛନ୍ତି। ଏହା ପରେ ହରଭଜନ ଏବଂ ‌‌ରୈନା ମଧ୍ୟ ସମାନ କାର୍ଯ୍ୟ କରିବା ଆରମ୍ଭ କରୁଛନ୍ତି।

ସେମାନ ଭିକି କୌଶଲଙ୍କ ପଦାଙ୍କ ଅନୁସରଣ କରିବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ ଏହି ପଦକ୍ଷେପଗୁଡିକ ବିବାଦ ସୃଷ୍ଟି କରିଛି। ଏହାକୁ ଦିବ୍ୟାଙ୍ଗଙ୍କ ପ୍ରତି ଅପମାନ କୁହାଯାଉଛି। ଭାରତର ପାରାଲିମ୍ପିକ୍ କମିଟି ଏଥିରେ ହସ୍ତକ୍ଷେପ କରିଛି। କମିଟି ଭିଡିଓରେ ଆପତ୍ତି ଜଣାଇ କ୍ଷମା ମାଗିବାକୁ କହିଛି।

କମିଟି କହିଛି, ଏହା ଏକ ସମ୍ବେଦନଶୀଳ କାର୍ଯ୍ୟ। ଜଣେ ସେଲିବ୍ରିଟି ହୋଇ ତୁମେ ଭଲ ଉଦାହରଣ ସୃଷ୍ଟି କରିବା ଉଚିତ୍, କିନ୍ତୁ ଏଠାରେ ଦିବ୍ୟାଙ୍କଙ୍କୁ ଅନୁକରଣ କରାଯାଇ ସେମାନଙ୍କୁ ଅପମାନିତ କରାଯାଇଛି। ଏହା ଭେଦଭାବକୁ ପ୍ରୋତ୍ସାହିତ କରିବାକୁ ଯାଉଛି। ଏଥିପାଇଁ କ୍ଷମା ପ୍ରାର୍ଥନା କରାଯିବା ଉଚିତ୍। ପାରା ସନ୍ତରଣକାରୀ ଶ୍ୟାମ ଆଲାମ ଏହାକୁ ଭିନ୍ନକ୍ଷମଙ୍କ ପ୍ରତି ଅପମାନ ବୋଲି କହିଛନ୍ତି।

ସେ କହିଛନ୍ତି,ଏହି ଭିଡିଓରେ ଅଙ୍ଗଭଙ୍ଗୀ କିପରି କରାଯାଇଛି ତାହା ଦିବ୍ୟାଙ୍ଗଙ୍କୁ ପରିହାସ କରୁଛି। ତୁମେ ତୁମର ସମ୍ପର୍କୀୟମାନଙ୍କ ସହିତ ମଧ୍ୟ ସମାନ ପରିହାସ କରିବ କି? ତେବେ ବର୍ତ୍ତମାନ ଏହି ଭିଡିଓ ହରଭଜନ ସିଂଙ୍କ ଇନଷ୍ଟାରେ ଦୃଶ୍ୟମାନ ହେଉନାହିଁ।

ଦିବ୍ୟାଙ୍ଗ ଅଧିକାର କର୍ମୀମାନେ ଏହି ଭିଡିଓକୁ ଏକ ଶସ୍ତା ପରିହାସ ବୋଲି କହିଛନ୍ତି। ନ୍ୟାସନାଲ୍ ପ୍ଲାଟଫର୍ମ ଫର ରାଇଟ୍ସ ଅଫ୍ ଭିନ୍ନକ୍ଷମ (ଏନପିଆରଡି) ଏହି ଭିଡିଓକୁ ସମ୍ପୂର୍ଣ୍ଣ ଅପମାନଜନକ ବୋଲି କହିଛି।

ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପ୍ରକାଶିତ ଏକ ପୋଷ୍ଟରେ ଏନପିଆରଡି କହିଛନ୍ତି,ଏପରି ଆଚରଣକୁ ନିନ୍ଦା କରିବାର କୌଣସି ଶବ୍ଦ ନାହିଁ। ବିଶେଷକରି ଯେତେବେଳେ ଏହା ଜାତୀୟ ହିରୋ ଭାବରେ ପରିଗଣିତ ଲୋକମାନଙ୍କ ଦ୍ୱାରା କରାଯାଇଥାଏ। ଏହିପରି ଅପମାନଜନକ କାର୍ଯ୍ୟଗୁଡ଼ିକ ସେମାନଙ୍କର ସମ୍ବେଦନଶୀଳତା ଏବଂ ଅଭଦ୍ରତାକୁ ପ୍ରକାଶ କରିଥାଏ ।

ଏନସିପିଏଡିପି ସଭାପତି ଅରମାନ ଅଲି ଏହି ଘଟଣାର ଅବଗତ ହେବା ପାଇଁ ଭାରତୀୟ କ୍ରିକେଟ୍ ବୋର୍ଡକୁ ନିବେଦନ କରିଛନ୍ତି। ଦିବ୍ୟାଙ୍ଗ ଅଧିକାର କର୍ମୀ ସତ୍ୟେନ୍ଦ୍ର ସିଂ କହିଛନ୍ତି ଏହି କ୍ରିକେଟରମାନେ ଅନେକ ଭାରତୀୟଙ୍କ ପାଇଁ ଆଦର୍ଶ ଅଟନ୍ତି ଏବଂ ଯୁବରାଜ ସିଂ କର୍କଟ ରୋଗ ସହ ସଂଗ୍ରାମ କରିଛନ୍ତି, ସେ ଅଧିକ ସହାନୁଭୂତିଶୀଳ ହେବା ଉଚିତ୍।

ସୂଚନାଯୋଗ୍ୟ, ତୋବା-ତୋବା ଗୀତ ଭିକି କୌଶଲଙ୍କ ଆଗାମୀ ରୋମାଣ୍ଟିକ କମେଡି ଫିଲ୍ମ 'ବ୍ୟାଡ୍ ନ୍ୟୁଜ୍'ର ଅଟେ। ଏହି ଗୀତ ଇଣ୍ଟରନେଟରେ ଧମାକା ସୃଷ୍ଟି କରିଛି। ଯେଉଁଥିରେ ଅନେକ ମେମ୍ ଏବଂ ନୃତ୍ୟ ଭାଇରାଲ ହେଉଛି।