ନୂଆଦିଲ୍ଲୀ: ମହିଳାମାନଙ୍କୁ ହିନ୍ଦୀ ଶୋଭା ପାଏ, ପୁରୁଷମାନଙ୍କୁ ନୁହେଁ। ଭାରତର ଷ୍ଟାର କ୍ରିକେଟର ଯୁବରାଜ ସିଂହଙ୍କ ବାପା ଯୋଗରାଜ ସିଂହ ଏଭଳି ବୟାନ ଦେଇ ବିବାଦୀୟ ହୋଇଛନ୍ତି। ଯୋଗରାଜ ହିନ୍ଦୀ ଭାଷାକୁ ଝିଅମାନଙ୍କ ଭାଷା ବୋଲି କହିଛନ୍ତି।
ଏକ ସାକ୍ଷାତକାରରେ ଯୋଗରାଜ କହିଛନ୍ତି ଯେ,, "ମହିଳାମାନେ ହିନ୍ଦୀ କହିବା ଠିକ୍। କିନ୍ତୁ ପୁରୁଷମାନଙ୍କୁ ପଞ୍ଜାବୀ ଭଳି ଭାଷା କହିବା ଉଚିତ୍। ଯେତେବେଳେ ଜଣେ ମହିଳା ହିନ୍ଦୀ କୁହନ୍ତି ସେତେବେଳେ ବହୁତ ଭଲ ଲାଗେ। କିନ୍ତୁ ଯେତେବେଳେ ଜଣେ ପୁରୁଷ ହିନ୍ଦୀ କୁହନ୍ତି ସେତେବେଳେ ଜମା ବି ଭଲ ଲାଗେ ନାହିଁ।।"
ସେ ଏହା ମଧ୍ୟ କହିଛନ୍ତି ଯେ, ମହିଳାମାନେ 'ଘରକୁ ନଷ୍ଟ କରନ୍ତି' ତେଣୁ ସେମାନଙ୍କୁ ଘରର ମୁଖିଆ କରାଯିବା ଉଚିତ୍ ନୁହେଁ। ଯଦି ତୁମେ ତୁମର ସ୍ତ୍ରୀଙ୍କୁ ଘରର କ୍ଷମତା ଦିଅ, ତେବେ ସେ ତୁମର ଘର ନଷ୍ଟ କରିଦେବେ। ମୁଁ ଦୁଃଖିତ ଯେ ଇନ୍ଦିରା ଗାନ୍ଧୀ ଏହି ଦେଶକୁ ଚଳାଇଥିଲେ ଏବଂ ଏହାକୁ ନଷ୍ଟ କରିଦେଇଥିଲେ। ତାଙ୍କୁ ସମ୍ମାନ ଏବଂ ଭଲପାଇବା ଦିଅ, କିନ୍ତୁ କେବେବି କ୍ଷମତା ଦିଅ ନାହିଁ।"
Never give power to a women,they will destroy everything around,they are very hungry for power - Yograj Singh pic.twitter.com/niXBfqFzEF
— Berlin (Parody) (@Toxicity_______) January 12, 2025
ଯୋଗରାଜଙ୍କ ଏହି ସାକ୍ଷାତକାରର ଭିଡିଓ ଭାଇରାଲ ହେବା ପରେ ଏବେ ଲୋକେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି।