ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ସ୍ପିନର ୟୁଜବେନ୍ଦ୍ର ଚହଲ ଏବଂ ଧନଶ୍ରୀ ବର୍ମା ଡିସେମ୍ବର ୨୦୨୨ରେ ବିବାହ କରିଥିଲେ। ବିବାହର ପ୍ରାୟ ଚାରି ବର୍ଷ ପରେ ଦୁହେଁ ଆନୁଷ୍ଠାନିକ ଭାବରେ ଅଲଗା ହୋଇଯାଇଛନ୍ତି। ଧନଶ୍ରୀ ଏବଂ ଚହଲଙ୍କ ଛାଡପତ୍ର ମାମଲା ବାନ୍ଦ୍ରା ପରିବାର କୋର୍ଟରେ ଚାଲିଥିଲା। ଗୁରୁବାର ଅପରାହ୍ନରେ ସେମାନଙ୍କ ଛାଡପତ୍ରର ନିଷ୍ପତ୍ତି ଆସି ଯାଇଛି। 

Advertisment

ଚହଲ ଏବଂ ଧନଶ୍ରୀ ପାରସ୍ପରିକ ସହମତିରେ ଛାଡପତ୍ର ନେଇଛନ୍ତି। ଏହି ଦୁଇଜଣଙ୍କ ମଧ୍ୟରେ ପ୍ରଥମ ବାର୍ତ୍ତାଳାପ ସୋସିଆଲ ମିଡିଆ ମାଧ୍ୟମରେ ହୋଇଥିଲା। ଚହଲ ଏବଂ ଧନଶ୍ରୀ ସୋସିଆଲ ମିଡିଆ ମାଧ୍ୟମରେ ବନ୍ଧୁ ହୋଇଥିଲେ ଏବଂ ତା'ପରେ ବିବାହ କରିଥିଲେ। କିନ୍ତୁ ଏହି ସମ୍ପର୍କ ଅଧିକ ଦିନ ତିଷ୍ଠି ପାରିଲା ନାହିଁ। 

ଛାଡ଼ପତ୍ର ପରେ ଚହଲ ଧନଶ୍ରୀଙ୍କୁ ଭରଣପୋଷଣ ବାବଦକୁ ୪.୭୫ କୋଟି ଟଙ୍କା ଦେବାର ଅଛି। ଏଥିମଧ୍ୟରୁ ସେ ଧନଶ୍ରୀଙ୍କୁ ୨.୩୭ କୋଟି ଟଙ୍କା ଦେଇ ସାରିଥିବା ପ୍ରକାଶିତ ରିପୋର୍ଟରୁ ଜଣାପଡ଼ିଛି। 


ଧନଶ୍ରୀ ଏବଂ ଚହଲ କାହିଁକି ଅଲଗା ହୋଇଛନ୍ତି ତାହା ଖବର ଲେଖା ହେଲା ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରି ନଥିଲା।  ଧନଶ୍ରୀ କିଛି ମାସ ପୂର୍ବରୁ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଚହଲଙ୍କ ଉପନାମ ହଟାଇ ଦେଇଥିଲେ। 
ସେହିପରି ୟୁଜଭେନ୍ଦ୍ର ଚହଲ କିଛି ମାସ ପୂର୍ବରୁ ଇନଷ୍ଟାଗ୍ରାମରୁ ଧନଶ୍ରୀଙ୍କ ସହିତ ସମସ୍ତ ଫଟୋ ଡିଲିଟ୍ କରିଦେଇଥିଲେ। ଉଭୟ ଚଳିତ ବର୍ଷ ଫେବୃଆରି ୫ ତାରିଖରେ ଛାଡପତ୍ର ମାମଲା ଦାୟର କରିଥିଲେ।


ଚହଲ ଦୀର୍ଘ ସମୟ ଧରି ରାଜସ୍ଥାନ ରୟାଲ୍ସ ପାଇଁ ଖେଳିଥିଲେ। କିନ୍ତୁ ଏବେ ତାଙ୍କ ଦଳ ବଦଳି ଯାଇଛି। ଚହଲ ପଞ୍ଜାବ କିଙ୍ଗ୍ସ ପାଇଁ ଖେଳିବେ। ମେଗା ନିଲାମରେ ତାଙ୍କୁ ପଞ୍ଜାବ କିଙ୍ଗ୍ସ ୧୮ କୋଟି ଟଙ୍କାରେ କିଣିଥିଲା।