ଜାଇରା ଓ୍ଵାସିମ ଅସଦାଚରଣ ମାମଲାରେ ସହଯାତ୍ରୀଙ୍କ ବୟାନ: ଅଭିଯୁକ୍ତ ବିକାଶ ସଚଦେବା ନିର୍ଦ୍ଦୋଶ

ନୂଆଦିଲ୍ଲୀ: ଜଣେ ସହଯାତ୍ରୀ ଜାଇରା ଓ୍ଵାସିମ ଅସଦାଚରଣ ମାମଲାରେ ମଙ୍ଗଳବାର ଏକ ଭିନ୍ନ ମନ୍ତବ୍ୟ ଦେଇଛନ୍ତି। ସେ ଜାଇରା ଓ୍ଵାସିମଙ୍କ ସହିତ ବିମାନରେ ଯାତ୍ରା କରୁଥିଲେ। ସହଯାତ୍ରୀଙ୍କ କହିବା ଅନୁସାରେ ଅଭିଯୁକ୍ତ ବିକାଶ ସଚଦେବା ନିର୍ଦ୍ଦୋଶ ଅଟନ୍ତି। ସହଯାତ୍ରୀ ନିଜର ବୟାନରେ ପୁଲିସକୁ କହିଛନ୍ତି, ସେ ସଚଦେବାଙ୍କୁ ଅସଦାଚରଣ କରିଥିବା ଦେଖି ନଥିଲେ। କିନ୍ତୁ ସହଯାତ୍ରୀ ଅଭିଯୁକ୍ତଙ୍କୁ ପୂର୍ବରୁ ଜାଣି ନଥିଲେ।

ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ସହଯାତ୍ରୀ ନିଜର ମନ୍ତବ୍ୟରେ କହିଛନ୍ତି, ମୁଁ ମଧ୍ୟ ସେଠାରେ ବସିଥିଲି। ଆମେ ଦିଲ୍ଲୀରୁ ଏକା ସାଥିରେ ଯାଉଥିଲୁ। ଯାହା ଜଣାପଡୁଥିଲା, ଅଭିଯୁକ୍ତ କିଛି ବି ଭୁଲ କାମ କରି ନଥିଲେ। ଅଭିନେତ୍ରୀ ଜଣକ ଯେଉଁଠି ବସିଥିଲେ, ସଦିଗ୍ଧ କୌଣସି ଭୁଲ କାମ କରିଥିବା ମୁଁ ଦେଖି ନଥିଲି।

ସୂଚନାଯୋଗ୍ୟ, ବଲିଉଡ ଅଭିନେତା ଅମୀର ଖାନଙ୍କ ‘ଦଙ୍ଗଲ’ ଓ ‘ସିକ୍ରେଟ ସୁପରଷ୍ଟାର’ଭଳି ଲୋକପ୍ରିୟ ଫିଲ୍ମରେ ଅଭିନୟ କରି ଅଭିନେତ୍ରୀ ଜାଇରା ଓ୍ଵାସିମ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ସେ ଇନଷ୍ଟାଗ୍ରାମରେ ଭିଡିଓ ପୋଷ୍ଟ କରି ଅଭିଯୋଗ ଆଣିଥିଲେ ଯେ, ଦିଲ୍ଲୀ-ମୁମ୍ବାଇ ବିମାନ ଯାତ୍ରା ବେଳେ ତାଙ୍କ ସହିତ ଅସଦାଚରଣ ହୋଇଥିଲା।

ସମ୍ବନ୍ଧିତ ଖବର