ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଜାଇରା ୱସିମଙ୍କ ଉପରେ ଭାଙ୍ଗିଲା ଦୁଃଖର ପାହାଡ। 'ସିକ୍ରେଟ୍ ସୁପରଷ୍ଟାର୍' ଏବଂ 'ଦ ସ୍କାଏ ଇଜ୍ ପିଙ୍କ' ଚଳଚ୍ଚିତ୍ର ବ୍ୟତୀତ ଆମୀର ଖାନଙ୍କ ଫିଲ୍ମ 'ଦଙ୍ଗଲ'ରେ ଛୋଟ ବେଳର ଗୀତା ଫୋଗାଟଙ୍କ ଭୂମିକାରେ ଅଭିନୟ କରିଥିବା ଜାଇରା ୱାସିମ ଏବେ ନିଜ ବାପାଙ୍କୁ ହରାଇଛନ୍ତି। କିିଛି ବର୍ଷ ତଳେ ଅଭିନେତ୍ରୀ ଅଭିନୟ ଛାଡ଼ୁଥିବା ନେଇ ଘୋଷଣା କରିବା ପରେ ଏବେ ନିଜ ବାପାଙ୍କ ଦେହାନ୍ତ ଖବରକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ବାପାଙ୍କର ଦେହାନ୍ତ ହେବା ପରେ ଜାଇରା ଏକ ସ୍ବତନ୍ତ୍ର ପୋଷ୍ଟ କରି ଏହି ଦୁଃଖଦ ଖବର ଜଣାଇଛନ୍ତି।

Advertisment

ପୋଷ୍ଟରେ ସେ ଲେଖିଛନ୍ତି, 'ମୋ ବାପା ଜାହିଦ ୱସିମଙ୍କର ଦେହାନ୍ତ ହୋଇଛି। ଆପଣ ନିଜ ପ୍ରାର୍ଥନାରେ ତାଙ୍କୁ ମନେ ରଖି ଆଲ୍ଲା ଯେମିତି ତାଙ୍କ ଭୁଲକୁ କ୍ଷମା କରିବେ, ତାଙ୍କ ଆତ୍ମାକୁ ଶାନ୍ତି ଦେବେ ଏବଂ  ଆଗାମୀ ଯାତ୍ରାକୁ ସହଜ କରିବା ସେଥିପାଇଁ ପ୍ରାର୍ଥନା କରିବାକୁ ମୁଁ ସମସ୍ତଙ୍କୁ ନିବେଦନ କରୁଛି।

ଏହା ପୂର୍ବରୁ ସହ କଳାକାର ସୁହାନୀ ଭଟ୍ଟନାଗରଙ୍କ ମୃତ୍ୟୁ ଖବର ପାଇ ଦୁଃଖପ୍ରକାଶ କରିଥିଲେ ଜାଇରା। ପୋଷ୍ଟ କରି ସେ ସୁହାନୀଙ୍କୁ ମନେ ପକାଇ ଏହି ଖବରକୁ ବିଶ୍ବାସ କରିପାରୁନଥିବା ଲେଖିଥିଲେ।