ନୂଆଦିଲ୍ଲୀ: ଶୁକ୍ରବାର ଦିନ ଜମ୍ମୁ ଓ କଶ୍ମୀରର ସୋପୋର ଠାରେ ନିରାପତ୍ତା ବଳ ମୋଷ୍ଟ୍-ଓ୍ଵାଣ୍ଟେଡ୍ ଆତଙ୍କବାଦୀ ଜାକିର ମୁସାର ଘନିଷ୍ଠ ସହଯୋଗୀ ଇଶ୍ଫକ୍ ସୋଫିକୁ ଗୁଳିମାରି ହତ୍ୟା କରିଛନ୍ତି।
ଇଶ୍ଫକ୍ ସୋଫି ଓରଫ ଅବଦ୍ଦୁଲ୍ଲା ଭାଇ ଜମ୍ମୁ ଓ କଶ୍ମୀର ଇସ୍ଲାମିକ୍ ଷ୍ଟେଟ୍ର କମାଣ୍ଡର୍ ଥିଲା। ଆଇଏସ୍ଜେକେ ଆଇଏସ୍-ପ୍ରେରିତ ସଂଗଠନ ଏବଂ ଏହାର ମୁଖ୍ୟ ହେଉଛି ଜାକିର ମୁସା।
କଶ୍ମୀର ଠାରେ ଥିବା ଏହି ଆତଙ୍କବାଦୀ ସଂଗଠନରେ ଇଶ୍ଫକ୍ ଥିଲା ଏକେଲା ଜୀବିତ ବ୍ୟକ୍ତି।
ବିଶେଷ ସୂତ୍ରରୁ ଜଣାପଡ଼ିଛି ୨୦୧୫ରେ ହର୍କତ୍-ଉଲ୍ ମୁଜାହିଦୀନ୍ରେ ଯୋଗ ଦେଇଥିଲା, କିନ୍ତୁ ପରେ ୨୦୧୬ରେ ଆଇଏସ୍ଜେକେରେ ଯୋଗ ଦେଇଥିଲା।