ଭାରତରେ ନିରୀହ ମୁସଲମାନଙ୍କ ଉପରେ ଅତ୍ୟାଚାର ହେଉଛି, ସେଥିପାଇଁ ଭାରତ ଫେରିବି ନାହିଁ : ଜାକିର ନାଏକ

ନୂଆଦିଲ୍ଲୀ : ବିବାଦୀୟ ଇସ୍ଲାମିକ ପ୍ରଚାରକ ଜାକିର ନାଏକ ପୁଣି ଥରେ ଭାରତ ବିରୋଧରେ ମୁହଁ ଖୋଲିଛନ୍ତି । ଭାରତରୁ ଫେରାର ହୋଇ ମାଲେସିଆରେ ରହୁଥିବା ଜାକିର ନାଏକ କହିଛି ଯେ ଭାରତରେ ମୁସଲମାନ ମାନେ ସୁରକ୍ଷିତ ନାହାନ୍ତି । ସେମାନଙ୍କ ଉପରେ ଅତ୍ୟାଚାର କରାଯାଉଛି । ପ୍ରତିଦିନ ନିରୀହ ମୁସଲମାନମାନଙ୍କୁ ଦଣ୍ଡିତ କରାଯାଉଛି । ଭାରତୀୟ ବିଚାରବ୍ୟବସ୍ଥା ଉପରେ ତାର ବିଶ୍ୱାସ ଥିଲେ ମଧ୍ୟ ଦଣ୍ଡବିଧାନ ପ୍ରକ୍ରିୟା ପ୍ରତି ବିଶ୍ୱାସ ନାହିଁ । ଏଣୁ ସେ ଭାରତ ଫେରିବ ନାହିଁ ବୋଲି କହିଛି ।

ଜାକିର କହିଛି ଯେ ତାହାର ଦୋଷସାବ୍ୟସ୍ତ ନ ହେବାପର୍ଯନ୍ତ ଯଦି ଭାରତର ସୁପ୍ରିମକୋର୍ଟ ଗିରଫ ନ କରିବାକୁ ଲିଖିତ ପ୍ରତିଶ୍ରୁତି ଦିଅନ୍ତି, ତେବେ ସେ ଭାରତର ଫେରିବାରେ କିଛି ଅସୁବିଧା ନାହିଁ । ସେ କହିଛି ଯେ ଭାରତୀୟ ବିଚାର ବ୍ୟବସ୍ଥା ଉପରେ ତାହାର ଭରଷା ଅଛି । କିନ୍ତୁ ୨୦୧୪ ପୂର୍ବରୁ ଏହା ଆହୁରି ଭଲ ଥିଲା । ଜଣେ ସରକାରଙ୍କ ବିରୋଧରେ କହି ମଧ୍ୟ ଖସିଯାଉଥିଲା । କିନ୍ତୁ ଏବେ ତାହା ସମ୍ଭବ ହେଉନାହିଁ । ୨୦୧୬ରେ ଜାକିର ନାଏକର ସଂଗଠନ ଇସଲାମିକ ରିସର୍ଚ୍ଚ ଫାଉଣ୍ଡେସନ (ଆଇଆରଏଫ)କୁ ଭାରତ ସରକାର ନିଷିଦ୍ଧ ଘୋଷଣା କରିଥିଲେ । ଏହି ବର୍ଷ ଜାକିର ଭାରତ ଛାଡି ପଳାୟନ କରିଥିଲା ।

ସମ୍ବନ୍ଧିତ ଖବର