ପୁଣି ଭାରତ ବିରୋଧରେ ବିଷୋଦଗାର କଲା ଜାକିର ନାଏକ, କଶ୍ମୀରକୁୁ ପାଲେଷ୍ଟାଇନ ସହ ତୁଳନା କଲା

କ୍ୱାଲାଲୁମ୍ପୁର : ପୁଣି ଭାରତ ବିରୋଧରେ ବିଷୋଦଗାର କରିଛି ବିବାଦୀୟ ଇସ୍ଲାମିକ ପ୍ରଚାରକ ଜାକିର ନାଏକ । ଭାରତରେ ଶାସନ କରୁଥିବା ବିଜେପି ସରକାର କଶ୍ମୀରକୁ ଆଉ ଏକ ପାଲେଷ୍ଟାଇନରେ ପରିଣତ କରିଦେବେ । କଶ୍ମୀର ଏକ ମୁସଲିମ ବହୁଳ ରାଜ୍ୟ ହୋଇଥିବାରୁ ଦକ୍ଷିଣପନ୍ଥୀ ବିଜେପି ସରକାର ଏହି ଦମନମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି  ବୋଲି ସେ କହିଛି । ମୁସଲିମ ମାନଙ୍କ ବିରୋଧରେ ବିଜେପି ସରକାର ସାମରିକ ପଦକ୍ଷେପ ଗ୍ରହଣ କରି ଦମନ କରୁଛନ୍ତି । ସରକାର କଶ୍ମୀର ଯୁବକମାନଙ୍କୁ ଗୋପନ ଜେଲମାନଙ୍କୁ ପଠାଉଛି । ସେଠାରେ ସେମାନଙ୍କୁ ଅକଥନୀୟ ନିର୍ଯ୍ୟାତନା ଦିଆଯାଉଛି ବୋଲି ସେ ଅଭିଯୋଗ କରିଛି । କଶ୍ମୀରକୁ କିପରି ନିୟନ୍ତ୍ରଣ କରାଯିବ ସେ ନେଇ ଇସ୍ରାଏଲ ଭାରତକୁ ପରାମର୍ଶ ଦେଉଛି ବୋଲି ସେ କହିଛି ।
ସୂଚନାଯୋଗ୍ୟ ଯେ, ୨୦୧୬ରେ ଜାକିର ନାଏକର ସଂଗଠନ ଇସଲାମିକ ରିସର୍ଚ୍ଚ ଫାଉଣ୍ଡେସନ (ଆଇଆରଏଫ)କୁ ଭାରତ ସରକାର ନିଷିଦ୍ଧ ଘୋଷଣା କରିଥିଲେ । ଏହି ବର୍ଷ ଜାକିର ଭାରତ ଛାଡି ପଳାୟନ କରିଥିଲା । ୨୦୧୭ରେ ଏନଆଇଏ ପକ୍ଷରୁ ନାଏକ ବିରୋଧରେ ଚାର୍ଜସିଟ ଦାଏର କରାଯାଇଥିଲା ।

ସମ୍ବନ୍ଧିତ ଖବର