ନୂଆଦିଲ୍ଲୀ: ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ପ୍ରମୁଖ ଷଡଯନ୍ତ୍ରକାରୀ ଜାକିଉର ରେହମାନ ଲଖଭୀକୁ ଶୁକ୍ରବାର ପାକିସ୍ତାନର ଆତଙ୍କବାଦ ବିରୋଧୀ କୋର୍ଟ  ୧୫ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି । ୬ଦିନ ପୂର୍ବରୁ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ଅଭିଯୋଗରେ ଲସ୍କର-ଇ-ତୋଏବାର ଜାକିର ରେହମାନ ଲଖଭୀକୁ ଗିରଫ କରାଯାଇଥିଲା। ପଞ୍ଜାବ ପ୍ରଦେଶର ଆତଙ୍କବାଦ ନିରୋଧି ବିଭାଗ (ସିଟିଡି) ଦ୍ୱାରା ଲଖଭୀକୁ ଗିରଫ କରାଯାଇଥିଲା ଏବଂ ଲାହୋର ପୁଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଥିଲା। ଆଜି ଏହି ମାମଲାର ଶୁଣାଣି କରାଯାଇ ଲଖଭୀକୁ ୧୫ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଛି।

Advertisment

Zakiur Rehman Lakhvi, 26/11 mastermind, sentenced to 15-year imprisonment in Pakistan zeenews

ଉଲ୍ଲେଖଯୋଗ୍ୟ, ୨୦୧୫ ମସିହାରୁ ଲସ୍କର-ଇ-ତୋଏବା କମାଣ୍ଡର ଲଖଭୀ ଜାମିନରେ ଆସିଥିଲା। ଡିସେମ୍ବର ୨୦୦୮ରେ ଆତଙ୍କବାଦୀ କାର୍ଯ୍ୟକଳାପ ଲାଗି ଆର୍ଥିକ ସହାୟତା ଯୋଗାଇବା ସହ ଆକ୍ରମଣର ଯୋଜନା କରିବା ନେଇ ଲସ୍କର-ଇ-ତୋଏବା ଏବଂ ଅଲ-କାଏଦା ସହ ଜଡିତ ଥିବାରୁ ଜାତିସଂଘ ଲଖଭୀକୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଭାବେ ଘୋଷଣା କରିଥିଲା। ଏହା ସହ ଚଳିତ ବର୍ଷ ପାକିସ୍ତାନ ୮୮ଟି ଆତଙ୍କବାଦୀ ସଂଗଠନ ଏବଂ ସେମାନଙ୍କ ନେତାଙ୍କ ବିଷୟରେ ସୂଚନା ଦେଇ ସେମାନଙ୍କ ଉପରେ କଠୋର କଟକଣା ଲଗାଇଥିବା କହିଥିଲା। ସେମାନଙ୍କ ମଧ୍ୟରେ ଜାକିଉର ରେହମାନ ଲଖଭୀର ନାଁ ରହିଥିଲା। ସେମାନଙ୍କର ସଂପତ୍ତିକୁ ବାଜ୍ୟାପ୍ତ କରାଯିବା ସହିତ ବ୍ୟାଙ୍କ ଆକାଉଣ୍ଟକୁ ମଧ୍ୟ ଜବତ କରାଯାଇଥିବା ପାକିସ୍ତାନ ପକ୍ଷରୁ ସୂଚନା ଦିଆଯାଇଥିଲା।