ନୋଏଡା : ଉତ୍ତରପ୍ରଦେଶର ଗ୍ରେଟର ନୋଏଡାର ଜେୱରରେ ନିର୍ମାଣ ହେବାକୁ ଥିବା ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦର ବିଶ୍ୱର ଚତୁର୍ଥ ବୃହତ୍ତମ ବିମାନବନ୍ଦର, ଏସିଆରେ ଦ୍ୱିତୀୟ ଏବଂ ଦେଶର ବୃହତ୍ତମ ବିମାନବନ୍ଦର ହେବ। ବିମାନବନ୍ଦରର ଅନ୍ତିମ ପର୍ଯ୍ୟାୟ ନିର୍ମାଣ ପରେ ଏହି ରା଼କିଙ୍ଗ ଲାଗୁ ହେବ | ବର୍ତ୍ତମାନ ୧୩.୩୪ ବର୍ଗ କିଲୋମିଟର ଅଞ୍ଚଳରେ ଏହି ବିମାନବନ୍ଦର ନିର୍ମାଣ କରାଯାଉଛି | ପରେ ଏହାର କ୍ଷେତ୍ର ବୃଦ୍ଧି କରାଯିବ | ପରିସଂଖ୍ୟାନ ଅନୁଯାୟୀ ସାଉଦି ଆରବର କିଙ୍ଗ ଫହଡ ଅନ୍ତର୍ଜାତୀୟ ବିମାନବନ୍ଦର ହେଉଛି ବିଶ୍ୱର ସବୁଠୁ ବଡ ବିମାନବନ୍ଦର। ଏହା ୭୭୬ ବର୍ଗ କିଲୋମିଟର ଅଞ୍ଚଳରେ ବ୍ୟାପିଛି |
ଏହା ପରେ ଆମେରିକାର ଦୁଇଟି ବିମାନବନ୍ଦରର ସଂଖ୍ୟା ଆସେ | ଯାହାର କ୍ଷେତ୍ରଫଳ ୧୩୭ ବର୍ଗ କିଲୋମିଟର ଏବଂ ୭୦ ବର୍ଗ କି.ମି ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇଛି | ତେବେ ନୋଏଡାର ଜେୱର ବିମାନବନ୍ଦର ସଂପୂର୍ଣ୍ଣ ବିକଶିତ ହେବା ପରେ ଏହାର କ୍ଷେତ୍ରଫଳ ୫୮ ବର୍ଗ କିଲୋମିଟର ହେବ | ଆଉ ଏହା ପରେ ଏହି ବିମାନବନ୍ଦର ଚତୁର୍ଥ ସ୍ଥାନରେ ରହିବ | ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଏହା ଯେ ଜେୱର ବିମାନବନ୍ଦରରେ ନିର୍ମାଣ ହେବାକୁ ଥିବା ଏମଆରଓ ସେଣ୍ଟର ଦ୍ୱାରା ଦେଶ ଉପକୃତ ହେବ। ଅଧିକାରୀଙ୍କ କହିବାନୁସାରେ, ବର୍ତ୍ତମାନ ନାଗପୁରରେ ଏକ ଏମଆରଓ କେନ୍ଦ୍ର ଅଛି |
ଯାହା ବହୁତ ଛୋଟ ହୋଇଥିବାବେଳେ ବିମାନର ମରାମତି ପାଇଁ କଲମ୍ବୋ ଏବଂ ସିଙ୍ଗାପୁର ଉପରେ ନିର୍ଭର କରିବାକୁ ପଡେ | ଯଦି ଦେଶରେ ଏମଆରଓ ନିର୍ମାଣ ହେବ ତେବେ ବିମାନ କମ୍ପାନୀ ସହ ପଡୋଶୀ ଦେଶର ବିମାନ ମଧ୍ୟ ଭାରତରେ ମରାମତି କରିବେ | ସୂଚନା ଥାଉ କି ୱାଶିଂଟନ୍ ଡୁଲେସ୍ ଅନ୍ତର୍ଜାତୀୟ ବିମାନବନ୍ଦର ୪୯ ବର୍ଗ କି.ମି ଅଞ୍ଚଳ ପରିବ୍ୟାପ୍ତ ହୋଇଥିବାବେଳେ ବେଜିଙ୍ଗର ଡେସିଙ୍ଗ ଅନ୍ତର୍ଜାତୀୟ ବିମାନବନ୍ଦର ୪୭ ବର୍ଗ କି.ମି ଯାଏଁ ବ୍ୟାପିଛି |