ୟୁକ୍ରେନ୍‌ ଯୁଦ୍ଧର ଅବସାନ ପାଇଁ ସହାୟତା ଲାଗି ଚୀନ୍‌ର ସି’ଙ୍କ ସହ ପ୍ରତ୍ୟକ୍ଷ ଆଲୋଚନା ଚାହୁଁଛନ୍ତି ଜେଲେନ୍‌ସ୍କି: ରିପୋର୍ଟ

ନୂଆଦିଲ୍ଲୀ: ରୁଷ୍‌ ସହିତ ୟୁକ୍ରେନ୍‌ର ଚାଲିଥିବା ଯୁଦ୍ଧର ଅବସାନ ନିମନ୍ତେ କିବ୍‌ ଚୀନା ନେତା ସି’ ଜିନ୍‌ପିଙ୍ଗ୍‌ଙ୍କ ସହିତ ପ୍ରତ୍ୟକ୍ଷ ଆଲୋଚନା କରିବା ଲାଗି ସୁଯୋଗ ଖୋଜିଥିବା କଥା ରାଷ୍ଟ୍ରପତି ଭୋଲୋଦିମିର୍‌ ଜେଲେନ୍‌ସ୍କି କହିଛନ୍ତି ବୋଲି ଗୁରୁବାର ଦିନ ‘ଦି ସାଉଥ୍‌ ଚାଇନା ମର୍ଣ୍ଣିଂ ପୋଷ୍ଟ୍‌’ ରିପୋର୍ଟ କରିଛି।

‘ଦି ସାଉଥ୍‌ ଚାଇନା ମର୍ଣ୍ଣିଂ ପୋଷ୍ଟ୍‌’ ସହିତ ସାକ୍ଷାତ୍‌କାର ବେଳେ ଯୁଦ୍ଧର ଅବସାନ ନିମନ୍ତେ ରୁଷ୍‌ ଉପରେ ଚୀନ୍ ତା’ର ବ୍ୟାପକ ରାଜନୈତିକ ଓ ଅର୍ଥନୈତିକ ପ୍ରଭାବ ଉପଯୋଗ କରୁ ବୋଲି ୟୁକ୍ରେନୀୟ ନେତା ଜେଲେନ୍‌ସ୍କି ଚୀନ୍‌କୁ ଅନୁରୋଧ କରି ଅନୁରୋଧ କରିଛନ୍ତି।

ଚୀନ୍‌ ଖୁବ୍‌ ଶକ୍ତିଶାଳୀ ରାଷ୍ଟ୍ର। ତା’ର ଅର୍ଥନୀତି ମଧ୍ୟ ଶକ୍ତିଶାଳୀ… ତେଣୁ, ଚୀନ୍‌ ରାଜନୈତିକ, ଅର୍ଥନୈତିକ ଭାବେ ରୁଷ୍‌କୁ ପ୍ରଭାବିତ କରିପାରିବ। ଏହାଛଡ଼ା, ଚୀନ୍‌ ମଧ୍ୟ ଜାତିସଂଘ ନିରାପତ୍ତା ପରିଷଦ୍‌ର ସ୍ଥାୟୀ ସଦସ୍ୟ ବୋଲି ଜେଲେନ୍‌ସ୍କି କହିଥିବା କଥା ‘ଦି ସାଉଥ୍‌ ଚାଇନା ମର୍ଣ୍ଣିଂ ପୋଷ୍ଟ୍‌’ ତା’ର ରିପୋର୍ଟରେ ଉଲ୍ଲେଖ କରିଛି।

ସ୍ମରଣଯୋଗ୍ୟ, ଚଳିତ ବର୍ଷ ଫେବ୍ରୁଆରି ୨୪ ତାରିଖରେ ରୁଷ୍‌ ୟୁକ୍ରେନ୍‌ ଆକ୍ରମଣ କରିଥିଲା। ସେବେଠାରୁ, ଦୁଇ ଦେଶ ମଧ୍ୟରେ ଲଢ଼େଇ ଲାଗି ରହିଛି। ଯୁଦ୍ଧ ନୀତି ପରିବର୍ତ୍ତନ ଯୋଗୁଁ ଏପ୍ରିଲ୍‌ ମାସରେ ରୁଷୀୟ ସେନା ୟୁକ୍ରେନ୍‌ର ରାଜଧାନୀ କିବ୍‌ ଆଡ଼କୁ ଅଗ୍ରସର ନ ହୋଇ ୟୁକ୍ରେନ୍‌ର ପୂର୍ବାଞ୍ଚଳକୁ ଯାତ୍ରା କଲେ। ଫଳରେ ୟୁକ୍ରେନୀୟ ସେନା ରାଜଧାନୀ କିବ୍‌ ଚାରିପଟେ ରୁଷ୍‌ ଅକ୍ତିଆରରେ ଥିବା କେତେକ ଅଞ୍ଚଳକୁ ନିଜ ଦଖଲକୁ ନେଇ ଆସିଛନ୍ତି।

ସମ୍ବନ୍ଧିତ ଖବର