କିବ : ରୁଷ୍-ୟୁକ୍ରେନ ଯୁଦ୍ଧର ତୃତୀୟ ବାର୍ଷିକୀ ଅବସରରେ କିବ ଠାରେ ଅନୁଷ୍ଠିତ ଏକ ଶିଖର ସମ୍ମିଳନୀରେ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ସୋମବାର ଏକ ବଡ଼ ବୟାନ ଦେଇଛନ୍ତି। ରୁଷ୍ ୟୁକ୍ରେନୀୟମାନଙ୍କୁ ମୁକ୍ତ କରିବା ଉଚିତ। ୟୁକ୍ରେନ୍ ସମସ୍ତଙ୍କ ବଦଳରେ ସମସ୍ତଙ୍କୁ ମୁକ୍ତ କରିବାକୁ ପ୍ରସ୍ତୁତ ଅଛି ଏବଂ ଏହା ଆରମ୍ଭ କରିବାର ଏକ ଯୁକ୍ତିଯୁକ୍ତ ଉପାୟ।
ଏହା ପୂର୍ବରୁ ରବିବାର (ଫେବ୍ରୁଆରି ୨୩, ୨୦୨୫) କିଭ୍ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଜେଲେନସ୍କି କହିଥିଲେ, “ଯଦି ୟୁକ୍ରେନରେ ଶାନ୍ତି ସ୍ଥାପନ ହୁଏ ଏବଂ ଯଦି ନାଟୋ ସଦସ୍ୟତା ପାଇଁ ମୋର ଇସ୍ତଫା ଆବଶ୍ୟକ ତେବେ ମୁଁ ଇସ୍ତଫା ଦେବାକୁ ରାଜି । କିନ୍ତୁ ୟୁକ୍ରେନ୍ ନାଟୋରେ ସ୍ଥାନ ପାଇବା ଉଚିତ” ।
“ଯଦି ୟୁକ୍ରେନରେ ଶାନ୍ତି ସ୍ଥାପନ ହୁଏ ଏବଂ ଯଦି ନାଟୋ ସଦସ୍ୟତା ପାଇଁ ମୋର ଇସ୍ତଫା ଆବଶ୍ୟକ ତେବେ ମୁଁ ଇସ୍ତଫା ଦେବାକୁ ରାଜି । କିନ୍ତୁ ୟୁକ୍ରେନ୍ ନାଟୋରେ ସ୍ଥାନ ପାଇବା ଉଚିତ” : ଜେଲେନସ୍କି।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ୟୁକ୍ରେନରେ ନିର୍ବାଚନ ଆୟୋଜନ ନେଇ ଆଲୋଚନା କରୁଥିବା ବେଳେ ଜେଲେନସ୍କି ଏହି ବୟାନ ଦେଇଛନ୍ତି। ୟୁକ୍ରେନରେ ମାର୍ଶାଲ ଲ' ଲାଗୁ ହୋଇଛି, ଯାହା ଅଧୀନରେ ନିର୍ବାଚନ କରାଇବା ସମ୍ଭବ ନୁହେଁ। ଜେଲେନସ୍କିଙ୍କ ବୟାନରୁ ସ୍ପଷ୍ଟ ହୋଇଛି ଯେ ନାଟୋ ସଦସ୍ୟତା ହାସଲ କରିବା ତାଙ୍କର ପ୍ରାଥମିକତା। ସୂଚନାଯୋଗ୍ୟ ଯେ ୟୁକ୍ରେନ ଉପରେ ରୁଷର ଆକ୍ରମଣକୁ ୩ ବର୍ଷ ବିତିଯାଇଥିଲେ ମଧ୍ୟ ସଂଘର୍ଷ ଜାରି ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/02/24/jbplbtihchIaUmSXTRU7.jpeg)